କରୋନା ବଢାଇଛି ଧନୀଙ୍କ ଧନ, ଜାଣନ୍ତୁ କାହାର କେତେ ବଢିଛି

0 70

ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ଅନେକ ଲୋକ ନିଜ ଚାକିରି ଓ ରୋଜଗାର ହରାଇଥିବାବେଳେ ଧନୀ ଅଧିକ ଧନୀ ହୋଇଛନ୍ତି । କରୋନା ସମୟରେ ମୁକେଶ ଅମ୍ବାନୀ ଓ ଗୌତମ ଅଦାନୀଙ୍କ ଓ କିଛି ଜଣ ଧନୀ ବ୍ୟକ୍ତିଙ୍କ ଜମା କ୍ଷତି ହୋଇନାହିଁ । ଏହି ସମୟରେ ତାଙ୍କ ସମ୍ପତ୍ତି ଖୁବ ଭଳ ଭାବରେ ବୃଦ୍ଧି ହୋଇଛି । ଧନୀ ତାଲିକାର ପ୍ରଥମ ସ୍ଥାନରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ମାଲିକ ମୁକେଶ ଅମ୍ବାନୀ ରହିଥିବାବେଳେ ଦ୍ୱତୀୟ ସ୍ଥାନରେ ରହିଛନ୍ତି ଆଦାନୀ ପୋର୍ଟସର ମାଲିକ ଗୌତମ ଆଦାନୀ । ୨୦୨୧ରେ ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି ୩୦ହଜାର କୋଟି ବଅଦ୍ଧି ପାଇଛି । ମୁକେଶ ଅମ୍ବାନୀଙ୍କ ସମ୍ବପତ୍ତି ହେଉଛି ପ୍ରାୟ ୭ ଲକ୍ଷ କୋଟି ଟଙ୍କା । ସେହିପରି ଗୌକମ ଆଦାନୀଙ୍କ ସମ୍ପତ୍ତିର ମୂଳ୍ୟ ହେଉଛି ୫ଳକ୍ଷ ୬୦ହଜାର କୋଟି ଟଙ୍କା । ତୃତୀୟ ସ୍ଥାନରେ ଏଚସିଏଲ୍ ଟେକ୍ନୋଲୋଜିର ମାଲିକ ଶିବ. ନାଦାର ଓ ତାଙ୍କର ସମ୍ପତିର ମୂଲ୍ୟ ହେଉଛି ୨ ଲକ୍ଷ ୩୨ ହଜାର କୋଟି ଟଙ୍କା ।
କରୋନା ସମୟରେ ଏମାନଙ୍କର ଜମା କ୍ଷତି ହୋଇନାହିଁ ବରଂ ଭଲଭାବେ ଧନ ବୃଦ୍ଧି ହୋଇଛି । ସେହିପରି ଫୋର୍ବସ୍ ଧନୀ ତାଲିକାର ଚତୁର୍ଥ ସ୍ଥାନରେ ଅଛନ୍ତି ଏଭିନିୟୁ ସୁପର ମାର୍ଟସର ମାଲିକ ୬୬ ବର୍ଷିୟ ରାଧାକିଷନ୍ ଦମାନୀ । ତାଙ୍କର ସମ୍ପତିର ମୂଲ୍ୟ ହେଉଛି ୨ ଲକ୍ଷ ୨୦ ହଜାର କୋଟି ଟଙ୍କା । ପଂଚମ ସ୍ଥାନରେ ଅଛନ୍ତି, କୋଭିଡ୍ ଟିକା ତିଆରି କରୁଥିବା କମ୍ପାନୀ ସିରମ୍ ଇନଷ୍ଟିଚୁ୍ୟଟ୍ ଅଫ୍ ଇଣ୍ଡିଆର କମ୍ପାନୀର ମାଲିକ ସାଇରସ ପୁନାୱାଲା । ସେହିପରି ଷଷ୍ଠ ସ୍ଥାନରେ ଅଛନ୍ତି ଆର୍ସଲର ମିତଲର ମାଲିକ ୭୧ ବର୍ଷିୟ ଲକ୍ଷ୍ମୀନାରାୟଣ ମିତଲ । ତାଙ୍କର ସମ୍ପତିର ମୂଲ୍ୟ ହେଉଛି ୧ ଲକ୍ଷ ୪୦ ହଜାର କୋଟି ଟଙ୍କା ।

hiranchal ad1
Leave A Reply

Your email address will not be published.

eight + 13 =