ଟି-୨୦ ବିଶ୍ୱକପ : ଏହି ସବୁ ଖେଳାଳିଙ୍କୁ ବାହାରେ ବସିବାକୁ ପଡିପାରେ

0 155

ନୂଆଦିଲ୍ଲୀ: ଟି-୨୦ ବିଶ୍ୱ କପ୍‌ ପୂର୍ବରୁ ଭାରତୀୟ ଦଳର ବୋଲର ଆଇପିଏଲ-୨୦୨୧ର ଦ୍ୱିତୀୟ ସିଜିନରେ ଦମଦାର ପ୍ରଦର୍ଶନ କରୁଛନ୍ତି । ଆଇପିଏଲ ବର୍ତ୍ତମାନ ୟୁଏଇରେ ଖେଳାଯାଉଛି ଏବଂ ଏହା ପରେ ଟି-୨୦ ବିଶ୍ୱ କପ୍‌ ସେହି ମଇଦାନରେ ଖେଳାଯିବ । ଭାରତୀୟ ବିଶ୍ୱ କପ୍‌ ଦଳରେ ·ରି ସ୍ପିନର ଓ ତିନି ଦ୍ରୁତ ବୋଲରଙ୍କୁ ସାମିଲ କରାଯାଇଛି । ଏମାନଙ୍କ ମଧ୍ୟରୁ ଯଶପ୍ରୀତ ବୁମରା,ଅକ୍ଷର ପଟେଲ,ମହମ୍ମଦ ଶାମି ଓ ବରୁଣ ଚକ୍ରବର୍ତ୍ତୀ ଦମଦାର ବୋଲିଂ କରୁଛନ୍ତି । ହେଲେ ରବିଚନ୍ଦ୍ରନ ଅଶ୍ୱିନ ଓ ଭୁବନେଶ୍ୱର ନିଜର ଖ୍ୟାତି ମୁତାବକ ପ୍ରଦର୍ଶନ କରିପାରି ନାହାନ୍ତି । ମୁମ୍ବାଇ ଇଣ୍ଡିଆନ୍ସର ଦ୍ରୁତ ବୋଲର ଯଶପ୍ରୀତ ବୁମରା ଏହି ସିଜିନରେ ୧୩ଟି ମ୍ୟାଚରେ ୧୯ ୱିକେଟ୍‌ ନେଇ ସାରିଛନ୍ତି । ସବୁଠୁ ଅଧିକ ୱିକେଟ୍‌ ନେବା ତାଲିକାରେ ସେ ତୃତୀୟରେ ଅଛନ୍ତି । ବୁମରା ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରଜରେ ମଧ୍ୟ ଚମକ୍ରାର ପ୍ରଦର୍ଶନ କରିଥିଲେ । ପଞ୍ଜାବ କିଙ୍ଗ୍ସର ଚଳିତ ସିଜିନରେ ନିରାଶାଜନକ ପ୍ରଦର୍ଶନ ଜାରି ରହିଥିଲେ ମଧ୍ୟ ମହମ୍ମଦ ଶାମି ଶାଣିତ ବୋଲିଂ କରୁଛନ୍ତି । ସେ ୧୩ଟି ମ୍ୟାଚରେ ୧୮ ୱିକେଟ୍‌ ନେଇଛନ୍ତି । ସେ ୧୬ମ ବଲରେ ୱିକେଟ୍‌ ନେଉଛନ୍ତି । ଦିଲ୍ଲୀ କ୍ୟାପିଟାଲ୍ସ ଏହି ସିଜିନରେ ଶୀର୍ଷରେ ରହିଛି ଏବଂ ପ୍ଲେ ଅଫରେ ସ୍ଥାନ ସୁନିଶ୍ଚିତ କରି ସାରିଛି । ଏଥିରେ ଅକ୍ଷର ପଟେଲ୍‌ଙ୍କ ଭୂମିକା ଗୁରୁôତ୍ୱପୂର୍ଣ୍ଣ ରହିଛି । ପଟେଲ୍‌ ୯ଟି ମ୍ୟାଚରେ ୧୪ ୱିକେଟ୍‌ ନେଇ ସାରିଲେଣି । ବ୍ୟାଟସମ୍ୟାନ ତାଙ୍କ ବଲରେ ରନ କରିବାକୁ ସଂଘର୍ଷ କରୁଛନ୍ତି । ପଟେଲ୍‌ ମାତ୍ର ୬.୦୫ ହାରରେ ରନ ଦେଉଛନ୍ତି । ବରୁଣ ଚକ୍ରବର୍ତ୍ତୀ ବର୍ତ୍ତମାନ ଆଇପିଏଲ ସିଜିନରେ ୧୫ ୱିକେଟ୍‌ ନେଇ ସାରିଛନ୍ତି । ଏହି ବୋଲର ୟୁଏଇ ପିଚରେ ଗତ ୨୮ ଆଇପିଏଲ ମ୍ୟାଚରେ ୩୨ ୱିକେଟ୍‌ ନେଇଛନ୍ତି । ସେ ଭାରତୀୟ ଦଳ ପାଇଁ ଟ୍ରମ୍ପ କାର୍ଡ ସାବ୍ୟସ୍ତ ହୋଇପାରନ୍ତି । ତାଙ୍କର ବୋଲିଂ ଇକୋନୋମି ୬.୭୩ ରହିଛି । ରବିଚନ୍ଦ୍ରନ ଅଶ୍ୱିନଙ୍କୁ ଦଳରେ ଅଫ ସ୍ପିନର ଭାବେ ସାମିଲ୍‌ କରାଯାଇଛି । କିନ୍ତୁ ଦିଲ୍ଲୀର ଏହି ବୋଲର ଆଇପିଏଲର ଦ୍ୱିତୀୟ ପର୍ଯ୍ୟାୟରେ ପାଞ୍ଚଟି ମ୍ୟାଚରେ ୪ ୱିକେଟ୍‌ ନେଇଛନ୍ତି । ଫର୍ମ ହିସାବରେ ବୁମରା, ଶାମି, ଅକ୍ଷର ଓ ବରୁଣଙ୍କ ଖେଳିବା ପ୍ରାୟତଃ ନିଶ୍ଚିତ ଲାଗୁଛି । ଏମିତିରେ ଅଶ୍ୱିନଙ୍କୁ ଚୂଡାନ୍ତ ଏକାଦଶରୁ ବାହାରେ ବସିବାକୁ ପଡିପାରେ । ଭାରତୀୟ ଦଳରେ ରାହୁଲ ଚହର ଓ ଭୁବନେଶ୍‌ର କୁମାର ଫର୍ମରେ ନାହାନ୍ତି । ଚହର ଆଇପିଏଲର ଦ୍ୱିତୀୟ ସିଜିନରେ ·ରୋଟି ମ୍ୟାଚରେ କେବଳ ୨ଟି ୱିକେଟ୍‌ ନେଇ ପାରିଛନ୍ତି । ଏଥିପାଇଁ ମୁମ୍ବାଇ ଇଣ୍ଡିଆନ୍ସ ତାଙ୍କୁ ଚୂଡାନ୍ତ ଏକାଦଶରୁ ବାଦ୍‌ ଦେଇଛି । ଅନ୍ୟପଟେ ଭୁବନେଶ୍ୱର କୁମାର ଏହି ସିଜିନରେ ୧୦ଟି ମ୍ୟାଚରେ କେବଳ ୫ ୱିକେଟ୍‌ ନେଇ ପାରିଛନ୍ତି ।

hiranchal ad1
Leave A Reply

Your email address will not be published.

ten − ten =