ଓଡ଼ିଶାରେ ଏନ୍‌ସିବି ଟିମ୍

0 50

ଭୁବନେଶ୍ବର : ଓଡ଼ିଶାରେ ଏନ୍‌ସିବିର ୩ ଜଣିଆ ଟିମ୍‌ । କ୍ରୁଜ୍‌ ଡ୍ରଗ୍ସ ପାର୍ଟି ମାମଲାରେ ତଦନ୍ତ ପାଇଁ ଆସିଛନ୍ତି ଏହି ୩ ଜଣିଆ ଟିମ୍‌। ଭୁବନେଶ୍ବରରେ ଏନ୍‌ସିବିର ଏହି ଟିମ୍‌ ଅଛନ୍ତି । କ୍ରୁଜ୍‌ ଡ୍ରଗ୍ସ ପାର୍ଟି ମାମଲାରେ ରାଉରକେଲାର ୨ ଜଣ ଯୁବକ ଗିରଫ ହୋଇଛନ୍ତି । ଏନ୍‌ସିବି ହାତରେ ଧରାପଡ଼ିଥିବା ୨ ଯୁବକ ହେଲେ ମନିଷ ଉଦୟ ରାଜଗରିଆ ଏବଂ ଅଭିନ୍ନ ଦୀନାନାଥ ସାହୁ । ଗିରଫ ମନୀଷଙ୍କ ଘର ରାଉରକେଲା ଏବଂ ଅଭିନଙ୍କ ଘର ସୁନ୍ଦରଗଡ଼ର ରଘୁନାଥପାଲୀ ଅଞ୍ଚଳରେ। ତେବେ ରାଉରକେଲାକୁ ଯାଇ ସେମାନଙ୍କ ପରିବାରକୁ ପଚରାଉଚରା କରିବ ଏନ୍‌ସିବି। ରାଉରକେଲା ସିଭିଲ୍‌ ଟାଉନସିପ୍‌ ଅଞ୍ଚଳର ଜଣେ ଶିଳ୍ପପତି ଓ ଜଣେ ସୁନା ବ୍ୟବସାୟୀଙ୍କ ପୁଅ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି) ହାତରେ ଧରାପଡ଼ିଛନ୍ତି । ଏହି ଦୁଇ ଯୁବକ ଧରାପଡ଼ିବା ପରେ ରାଉରକେଲାରେ ଲୋକଙ୍କ ମଧ୍ୟରେ ବେଶ ଆଲୋଚନାର ବିଷୟ ହୋଇଛି ।
ସୂଚନାଯୋଗ୍ୟ ଯେ, ରାଉରକେଲାରୁ ମୁମ୍ବାଇକୁ ୩୭ ଜଣ ଯାଇଥିଲେ । ୨ ଜଣ ଯୁବକ ଏନ୍‌ସିବି ପଞ୍ଝାରେ ପଡ଼ିଥିବା ବେଳେ ୫ ଜଣ ସ୍କାନରରେ ଥିବା ଚର୍ଚ୍ଚା ହେଉଛି । ସେହି ୫ ଜଣଙ୍କୁ ଏନ୍‌ସିବି ଜେରା କରିବ ବୋଲି ସୂଚନା ମିଳିଛି ।

hiranchal ad1
Leave A Reply

Your email address will not be published.

3 × three =