ସ୍ୱାସ୍ଥ୍ୟ ପାଇଁ ନିମ୍ବ ପତ୍ର କେତେ ଉପକାରୀ ଆସନ୍ତୁ ଜାଣିବା

0 524

ନିମ୍ବ ପତ୍ର ଶରୀରକୁ ସୁସ୍ଥ ରଖିବା ସହ ସୁନ୍ଦରତା ବଜାୟ ରଖିଥାଏ । ଖରାଦିନେ ନିମ୍ବ ପତ୍ରର ବ୍ୟବହାର ଅଧିକ ହୋଇଥାଏ । କାରଣ ଖରାଦିନେ ଏହାକୁ ଖାଇବା ଦ୍ୱାରା ଶରୀର ଥଣ୍ଡା ରହିଥାଏ । ଆଜି ଆମେ ଆପଣଙ୍କୁ ନିମ୍ବ ପତ୍ରରୁ ଶରୀରକୁ ମିଳୁଥିବା ବିଭିନ୍ନ ଫାଇଦା ବିଷୟରେ ଜଣାଇବୁ ।

୧.ଖରାଦିନେ ଅଧିକାଂଶ ଲୋକଙ୍କ ପାଖରେ ଆଲର୍ଜି ହେବାର ସମସ୍ୟା ଦେଖା ଯାଇଥାଏ । ଯଦି ଆପଣଙ୍କର ମଧ୍ୟ ସେଭଳି କିଛି ସମସ୍ୟା ରହିଛି, ତେବେ ନିମ୍ବ ପତ୍ର ବାଟି ଆଲର୍ଜି ହୋଇଥିବା ସ୍ଥାନରେ ଲଗାନ୍ତୁ ।

୨. ଯଦି ଆପଣ ଓଜନ କମ୍‌ କରିବାକୁ ଚାହୁଁଛନ୍ତି, ତେବେ ନିମ୍ବ ପତ୍ରର ଜୁସ୍‌ ତିଆରି କରି ପିଇବା ଆରମ୍ଭ କରନ୍ତୁ । ଯାହାଦ୍ୱାରା ଚର୍ବି ଖୁବ୍‌ ସହଜରେ କମି ଯାଇଥାଏ । ଯଦି ଆପଣ ମୋଟାପଣକୁ ନେଇ ଚିନ୍ତିତ ଅଛନ୍ତି ତେବେ ପ୍ରତିଦିନ ଗୋଟେ ଗ୍ଲାସ ନିମ୍ବ ପତ୍ରର ରସରେ ଲେମ୍ବୁ ଏବଂ ମହୁ ମିଶାଇ ପିଇବା ଆରମ୍ଭ କରନ୍ତୁ ।

hiring

୩. ନିମ୍ବ ପତ୍ରରେ ଥିବା ତତ୍ତ୍ୱ ରକ୍ତରେ ଥିବା ସର୍କରା ସ୍ତରକୁ କମ କରିଥାଏ । ଯାହାଦ୍ୱାରା ମଧୁମେହ ରୋଗ ହେବାର ଆଶଙ୍କା କମ ହୋଇଥାଏ ।

୪. ମୁହଁରେ ଚମକ ଆଣିବା ପାଇଁ ପ୍ରତିଦିନ ନିମ୍ବ ପତ୍ରର ଜୁସ୍‌ ତିଆରି ପିଅନ୍ତୁ । ଏହି ଜୁସ୍‌ ରକ୍ତରେ ଥିବା ବିଷାକ୍ତ ପଦାର୍ଥ ବାହାରକୁ ବାହାର କରି ମୁହଁରେ ଚମକ ଆଣିଥାଏ ।

hiranchal ad1
Leave A Reply

Your email address will not be published.

1 + 8 =