ପ୍ରେରଣାର ଉତ୍ସ : ୭୭ ବର୍ଷ ବୟସରେ ବି ମାସକୁ ୩ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ଏହି ମହିଳା

0 95

ଅହମଦାବାଦ : ଦୃଢ ସଂକଳ୍ପ, ନିଷ୍ଠା ଓ ସକରାତ୍ମକ ବିଚାରଧାରା ଥିଲେ କୌଣସି କାର୍ଯ୍ୟ ଅସାଧ୍ୟ ହେବନି । ବୟସ ବି ତା ପାଖରେ ହାର ମାନିବ । ଏହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ଉର୍ମିଲା ଜମୁନାଦାସ । ପ୍ରେରଣାର ଉତ୍ସ ପାଲଟିଛନ୍ତି ଏହି ୭୭ ବର୍ଷିୟ ମହିଳା । ୭୭ ବର୍ଷ ବୟସରେ ବି ତାଙ୍କଠାରେ ଯେଉଁ ଉତ୍ସାହ ଓ ଫୁର୍ତ୍ତି,ଦେଖିଲେ ସତରେ ଆଶ୍ଚର୍ଯ୍ୟ ହେବାକୁ ପଡେ଼ । ପ୍ରତିଦିନ ସେ ସକାଳ ୬ ଟାରେ ଉଠନ୍ତି । ଦୈନନ୍ଦିନ କାର୍ଯ୍ୟ ସ୍ଥିର କରିବା ପରେ, ସେ ନିଜ ରୋଷେଇ ଘରକୁ ଯାଇ ଏଠାରୁ ନିଜର ବୃତ୍ତିଗତ କାର୍ଯ୍ୟ ଆରମ୍ଭ କରନ୍ତି । ଶୁଖିଲା ଜଳଖିଆ, ଗରମ ଜଳଖିଆ, ଧୋକଲା, ନାମକିନ୍‌, ବିଭିନ୍ନ ପ୍ରକାରର କୁକିଜ୍‌, ଚାମଚ ଏବଂ ଅନେକ ଗୁଜୁରାଟୀ ଖାଦ୍ୟ ପ୍ରସ୍ତୁତ କରନ୍ତି । ତା’ପରେ ସେମାନଙ୍କ ପ୍ୟାକେଜିଂ ପରେ ମୁମ୍ବାଇ ଏବଂ ଏହାର ସଂଲଗ୍ନ ଅଞ୍ଚଳକୁ ବିତରଣ କରାଯାଏ । ମାତ୍ର ଗୋଟିଏ ବର୍ଷ ମଧ୍ୟରେ ତାଙ୍କ ରୋଷେଇ ଘରର ସୁଗନ୍ଧ ମୁମ୍ବାଇରେ ତଥା ଦେଶର ଅନ୍ୟାନ୍ୟ ସ୍ଥାନରେ ପହଞ୍ଚିଛି । ଲଣ୍ଡନରେ ରହୁଥିବା ତାଙ୍କ ସମ୍ପର୍କୀୟ ମଧ୍ୟ ଉର୍ମିଲାଙ୍କ ହାତର ଯାଦୁର ପ୍ରଶଂସକ ଅଟନ୍ତି । ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଏଭଳି ପରିଣତ ବୟସରେ ସେ ମାସକୁ ୩ ଲକ୍ଷରୁ ଊଦ୍ଧ୍ୱର୍ ଟଙ୍କା କମାଇପାରୁଛନ୍ତି । ପିଲାଦିନୁ ସେ ବହୁ କଷ୍ଟ ମଧ୍ୟରେ ଗତି କରିଛନ୍ତି । ବାହାହେବା ପରେ ମଧ୍ୟ ପ୍ରତିବନ୍ଧକ ପରେ ପ୍ରତିବନ୍ଧକର ସାମ୍ନା କରିଛନ୍ତି । ଗୋଟିଏ ପରେ ଗୋଟିଏ ପୁଅକୁ ହରାଇଛନ୍ତି । ତେବେ ଏତେସବୁ ପ୍ରତିକୂଳତା ସତ୍ତେ୍ୱ ସେ ଭାଙ୍ଗି ପଡ଼ି ନାହନ୍ତି । ଏବେ ବି ସଂଘର୍ଷ କରିଚାଲିଛନ୍ତି ନିଜର ନାତିନାତୁଣିମାନଙ୍କୁ ସାଙ୍ଗରେ ଧରି ।

hiranchal ad1
Leave A Reply

Your email address will not be published.

15 + fifteen =