ମନ୍ଦିର ବନ୍ଦ ରହିଲେ ବି ମିଳିବ ମହାପ୍ରସାଦ

0 54

ପୁରୀ : ଭକ୍ତମାନଙ୍କ ପାଇଁ ଏକ ଖୁସୀ ଖବର । କରୋନା ସଂକ୍ରମଣ ଯୋଗୁ ଶ୍ରୀମନ୍ଦିର ବନ୍ଦ ରହିଲେ ବି ଭକ୍ତମାନେ ମହାପ୍ରସାଦ ପାଇପାରିବେ ।ସୁଆର ମହାସୁଆର ନିଯୋଗର ସମ୍ପାଦକ କୃଷ୍ଣଚନ୍ଦ୍ର ପ୍ରତିହାରୀ ଆଜି ଏହା ଜଣାଇଛନ୍ତି । ସଂକ୍ରମଣ ବଢୁଥିବାରୁ ମେ ୧୫ ତାରିଖ ପର୍ଯ୍ୟନ୍ତ ଶ୍ରୀମନ୍ଦିର ବନ୍ଦ ରହିବ । ତେବେ ଶ୍ରଦ୍ଧାଳୁମାନେ ମହାପ୍ରସାଦ ପାଇବାରୁ ବଞ୍ଚିିତ ହେବେ ନାହିଁ । ଉତ୍ତର ଓ ଦକ୍ଷିଣ ଦ୍ୱାରରେ ଅବଢ଼ା ପାଇଁ ସ୍ୱତନ୍ତ୍ର କାଉଣ୍ଟରର ବ୍ୟବସ୍ଥା କରାଯିବ । କାଉଣ୍ଟରରେ ଟୋକନ୍‌ କାଟିବା ପରେ ଆନନ୍ଦବଜାରରୁ ଅବଢ଼ା ସିଧା ଭକ୍ତଙ୍କ ପାଖରେ ପହଞ୍ଚା ଯିବ । ବିବାହ, ବ୍ରତ, ଶୁଦ୍ଧିକ୍ରିୟାରେ ଆବଶ୍ୟକ କରୁଥିବା ଅବଢ଼ା ଏହି କାଉଣ୍ଟରରୁ ନେଇପାରିବେ ବୋଲି ସେ କହିଛନ୍ତି ।

hiranchal ad1
Leave A Reply

Your email address will not be published.

eighteen − three =