ଏଣିକି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ହେବ ଅକ୍ସିଜେନ ପ୍ଲାଣ୍ଟ

0 79

ନୂଆଦିଲ୍ଲୀ: ଏଣିକି ଦେଶର ସବୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରତିଷ୍ଠା ହେବ ଅକ୍ସିଜେନ ପ୍ଲାଣ୍ଟ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏହି ନିର୍ଦ୍ଦେଶ ଦେଇଛନ୍ତି । ଦେଶରେ ଅକ୍ସିଜେନର ଅଭାବକୁ ଦେଖି ପ୍ରଧାନମନ୍ତ୍ରୀ ଏଭଳିି ବଡ଼ ପଦକ୍ଷେପ ନେଇଛନ୍ତି । ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଅକ୍ସିଜେନ ପ୍ଲାଣ୍ଟ ପ୍ରତିଷ୍ଠା ହେବ । ଏହି ପ୍ଲାଣ୍ଟ ପାଇଁ ଆବଶ୍ୟକ ଅର୍ଥ ପିଏମ୍‌ କେୟାର ଫଣ୍ଡ ଯୋଗାଇବ । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ତତ୍ତ୍ୱାବଧାନରେ ଏହି ପ୍ଲାଣ୍ଟ ତିଆରି ହେବ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏହି ଘୋଷଣା କରି କହିଛି, ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ଥିବା ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ୫୫୧ଟି ଅକ୍ସିଜେନ ପ୍ଲାଣ୍ଟ ତିଆରି ହେବ । ଏହି ଯଥାଶୀଘ୍ର ତିଆରି ହୋଇ କାର୍ଯ୍ୟକ୍ଷମ ହେବ । ଏହି ପ୍ଲାଣ୍ଟ ହସ୍ପିଟାଲର ଦୈନନ୍ଦିନ ଆବଶ୍ୟକ ପଡ଼ୁଥିବା ଅକ୍ସିଜେନ ସମେତ ଜିଲ୍ଲାରେ ଆବଶ୍ୟକ ଥିବା ଅକ୍ସିଜେନର ଅଭାବକୁ ଦୂର କରିବ ବୋଲି ପିଏମଓ ତରଫରୁ କୁହାଯାଇଛି । ଉଲ୍ଲେଖଯୋଗ୍ୟ ଯେ ଏହା ପୂର୍ବରୁ ଚଳିତ ବର୍ଷ ପ୍ରାରମ୍ଭରେ ଦେଶରେ ୧୬୨ ଟି ଅକ୍ସିଜେନ ପ୍ଲାଣ୍ଟ ପାଇଁ ପିଏମଓ ନିର୍ଦ୍ଦେଶ ଦେଇଥିଲା । ଏଥିପାଇଁ ୨୦୧.୫୮ କୋଟି ଟଙ୍କା ପିଏମ୍‌ କେୟାର ଫଣ୍ଡରୁ ଯୋଗାଇ ଦିଆଯାଇଥିଲା ।

hiranchal ad1
Leave A Reply

Your email address will not be published.

sixteen − 12 =