ପିଲାଙ୍କ ସ୍ମରଣଶକ୍ତି ବଢାଇବାର ଉପାୟ

0 459

ଛୋଟବେଳୁ ପିଲାଙ୍କ ସ୍ମରଣଶକ୍ତି ବୃଦ୍ଧି କରିବା ପାଇଁ ପିତା-ମାତାମାନେ ଅନେକ ଉପାୟ ଆପଣାଇ ଥାଆନ୍ତି। ଅନେକ ପ୍ରକାରର ଔଷଧ ଦେବା ସହ କିଛି ଲୋକଙ୍କ ପରାମର୍ଶରେ ଅନେକ ଉପଚାର ମଧ୍ୟ କରିଥାଆନ୍ତି। ତେବେ ଆଜି ଆମେ ଆପଣଙ୍କୁ କହିବୁ ପିଲାଙ୍କ ସ୍ମରଣଶକ୍ତି ବୃଦ୍ଧି କରାଇବାର କିଛି ସହଜ ଉପାୟ ବିଷୟରେ –

hiring

ଭିଟାମିନ୍ ବି-୧୨ ଶରୀର ପାଇଁ ବେଶ୍ ଉପଯୋଗୀ। ଏହାର ସ୍ତର ହ୍ରାସପାଇଲେ ସ୍ମରଣଶକ୍ତି ଦୁର୍ବଳ ହୋଇଯାଇଥାଏ। ଏହାସହିତ ଅଳ୍ପ କିଛି କାମକଲେ ହାଲିଆ ଲାଗେ। ଏହାର ଅଭାବରେ ମାନସିକ ଅବସାଦ ଦେଖା ଦେଇଥାଏ। ଭିଟାମିନ୍ ବି-୧୨ ଛୋଟ ପିଲାଙ୍କ ମସ୍ତିଷ୍କକୁ କ୍ରିୟାଶୀଳ କରେ ବୋଲି ଏକ ଗବେଷଣାରୁ ଜଣାପଡ଼ିଛି। ତେଣୁ ଛୋଟ ପିଲାଙ୍କ ସ୍ମରଣଶକ୍ତି ବଢ଼ାଇବା ପାଇଁ ସେମାନଙ୍କୁ ସବୁବେଳେ ଭିଟାମିନ୍ ବି-୧୨ଯୁକ୍ତ ସନ୍ତୁଳିତ ଆହାର ଖାଇବାକୁ ଦେବା ଆବଶ୍ୟକ। ଭିଟାମିନ୍ ବି-୧୨ ଶରୀରରେ ମେଟାବଲିଜିମ୍ ବୃଦ୍ଧି କରାଇଥାଏ। ଫଳରେ ଶରୀରରେ ଡିଏନ୍ଏ ଓ ଲୋହିତ ରକ୍ତ କଣିକା ତିଆରି କାର୍ୟ୍ୟ ତ୍ୱରାନ୍ବିତ ହୋଇଥାଏ। ଏହାଦ୍ୱାରା ଛୋଟ ପିଲାଙ୍କ ମାନସିକ ତଥା ଶାରୀରିକ ବିକାଶ ହୋଇଥାଏ।

ମାଛ,ମାଂସ ଓ ଅଣ୍ଡାରେ ପ୍ରଚୁର ପରିମାଣରେ ଭିଟାମିନ୍ ବି-୧୨ ରହିଥାଏ। ସେହିପରି ଶାକାହାରୀ ଖାଦ୍ୟ ମଧ୍ୟରେ କ୍ଷୀର, ପନିର, ସୋୟା ମିଲ୍କ, ଆଳୁ, ଗାଜର, ମୂଳା ଓ ବିଟ୍ ଆଦିରେ ଭିଟାମିନ୍ ବି-୧୨ ପ୍ରଚୁର ପରିମାଣରେ ଥାଏ। ପ୍ରତିଦିନ ଭିଟାମିନ୍ ବି-୧୨ଯୁକ୍ତ ଖାଦ୍ୟ ଛୋଟ ପିଲାଙ୍କ ଡାଏଟ୍ରେ ସାମିଲ୍ କଲେ ସେମାନଙ୍କ ସ୍ମରଣଶକ୍ତି ବଢିବା ସହ ଅନେକ ସୁଫଳ ମିଳିଥାଏ।

hiranchal ad1
Leave A Reply

Your email address will not be published.

ten − five =