ଘରେ ଶୁଭ କାର୍ଯ୍ୟ କରିବା ପୂର୍ବରୁ କାହିଁକି ଅଙ୍କା ଯାଇଥାଏ ସ୍ୱସ୍ତିକ ଚିହ୍ନ?

0 282

ହିନ୍ଦୁ ଧର୍ମରେ ସ୍ୱସ୍ତିକ ଚିହ୍ନର ବିଶେଷ ମହତ୍ତ୍ୱ ରହିଛି । କୌଣସି ଶୁଭ କାମ କରିବା ପୂର୍ବରୁ ଘରେ ସ୍ୱସ୍ତିକର ଚିହ୍ନ ତିଆରି କରାଯାଇଥାଏ । ଏହି ପରମ୍ପରା ଦୀର୍ଘ ଦିନ ଧରି ଚାଲିଆସୁଛି । ସ୍ୱସ୍ତିକ ଚିହ୍ନର ପରମ୍ପରା ଜୈନ ଧର୍ମ ଏବଂ ବୌଦ୍ଧ ଧର୍ମରେ ମଧ୍ୟ ପ୍ରଚଳିତ । ସ୍ୱସ୍ତିକ ଶବ୍ଦରେ ସୁ ଅର୍ଥ ଶୁଭ ଏବଂ ଅସ୍ତିର ଅର୍ଥ ହେବା ।  ହିନ୍ଦୁ ଧର୍ମରେ କୌଣସି ଶୁଭ କାର୍ଯ୍ୟ କରିବା ପୂର୍ବରୁ ଭଗବାନ ଗଣେଶ ଏବଂ ସ୍ୱସ୍ତିକ ଚିହ୍ନ ତିଆରି କରାଯାଇଥାଏ।

ସ୍ୱସ୍ତିକରେ ନିର୍ମିତ ଚାରୋଟି ଧାଡି ବିଷୟରେ ଲୋକଙ୍କ ଭିନ୍ନ ମତ ରହିଛି । କିଛି ଲୋକ ବିଶ୍ୱାସ କରନ୍ତି ଯେ ସ୍ୱସ୍ତିକର ଏହି ଚାରୋଟି ଧାଡି ଚାରୋଟି ଦିଗ – ପୂର୍ବ, ପଶ୍ଚିମ, ଉତ୍ତର ଏବଂ ଦକ୍ଷିଣ ଆଡକୁ ସୂଚାଇଥାଏ । ସେହିପରି କେହି କେହି  ଏହି ଚାରୋଟି ଧାଡିକୁ ଚାରି ବେଦର ପ୍ରତୀକ କହୁଥିବା ବେଳେ ଆଉ କିଛି ଏହାକୁ ଭଗବାନ ବ୍ରହ୍ମାଙ୍କ ଚାରି ମୁଣ୍ଡ ସୂଚାଇଥାନ୍ତି ।

ସ୍ୱସ୍ତିକ ସର୍ବଦା ଲାଲ ରଙ୍ଗରେ ତିଆରି ହୋଇଥାଏ କାରଣ ହିନ୍ଦୁ ଧର୍ମରେ ଲାଲ ରଙ୍ଗର ବିଶେଷ ଗୁରୁତ୍ୱ ରହିଛି । ହିନ୍ଦୁ ଧର୍ମରେ ପୂଜା ପାଠ କରିବା ସମୟରେ କିମ୍ବା  କୌଣସି ଶୁଭ କାର୍ଯ୍ୟ ସମୟରେ ଲାଲ ରଙ୍ଗ ବ୍ୟବହୃତ ହୋଇଥାଏ ।

ବାସ୍ତୁ ଦୋସ ହଟାଇବା ପାଇଁ:

hiring

ବିଶ୍ୱାସ କରାଯାଏ ଯେ ଘରର ମୁଣ୍ଡରେ ସ୍ୱସ୍ତିକ ଚିହ୍ନ ଲଗାଇଲେ ଘରର ସମସ୍ତ ପ୍ରକାର ସମସ୍ୟା ଦୂର ହୋଇଯାଇଥାଏ। ଘରେ ସୁଖ ଏବଂ ସମୃଦ୍ଧି ବୃଦ୍ଧି ପାଇଥାଏ ।

ବ୍ୟବସାୟରେ ଲାଭ:

ଯଦି ବ୍ୟବସାୟରେ କ୍ଷତି ହେଉଥାଏ, ତେବେ ଐଶାନ୍ୟ କୋଣରେ ୭ ଗୁରୁବାର ପର୍ଯ୍ୟନ୍ତ କ୍ରମାଗତ ଭାବରେ ଶୁଖିଲା ହଳଦୀରେ ସ୍ୱସ୍ତିକ ଚିହ୍ନ କରନ୍ତୁ ।

ସଫଳତା ପାଇଁ:

ଯଦି ଆପଣ କିଛି କାର୍ଯ୍ୟରେ ସଫଳତା ଚାହୁଁଛନ୍ତି, ତେବେ ଘରର ଉତ୍ତର ଦିଗରେ ଶୁଖିଲା ହଳଦୀରେ ସ୍ୱସ୍ତିକ ଚିହ୍ନ ତିଆରି କରନ୍ତୁ ।

hiranchal ad1
Leave A Reply

Your email address will not be published.

3 × 3 =