ଇଂଲଣ୍ଡକୁ ହରାଇ ଇତିହାସ ରଚିଲା ନ୍ୟୁଜିଲ୍ୟାଣ୍ଡ, ୨୨ବର୍ଷ ପରେ ଏମିତି ଘଟିଲା

0 114

ବର୍ମିଂହୋମ : ଏଠାରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ ଇଂଲଣ୍ଡକୁ ୮ ୱିକେଟରେ ପରାସ୍ତ କରି ସିରିଜକୁ ୧-୦ରେ ଜିତି ନେଇଛି । ୧୯୯୯ ପରଠାରୁ ପ୍ରଥମ ଥର ପାଇଁ କିୱି ଦଳ ଇଂଲଣ୍ଡ ମାଟିରେ ଟେଷ୍ଟ ସିରିଜ୍‌ ଜିତିବାରେ ସଫଳ ହୋଇଛି । ଅର୍ଥାତ୍‌ ୨୨ ବର୍ଷ ପରେ ନ୍ୟୁଜିଲ୍ୟାଣ୍ଡ ଇଂଲଣ୍ଡରେ ଟେଷ୍ଟ ସିରିଜ୍‌ ଜିତି ଇତିହାସ ସୃଷ୍ଟି କରିଛ । ଏହି ମ୍ୟାଚରେ ଇଂଲଣ୍ଡର ପ୍ରଥମ ଇନିଂସ ୩୦୩ ର ଜବାବରେ କିୱି ଦଳ ପ୍ରଥମ ଇନିଂସରେ ୩୮୮ ରନ୍‌ ସ୍କୋର କରିଥିଲା । ଏହା ପରେ ଇଂଲଣ୍ଡ ଦଳ ଦ୍ୱିତୀୟ ଇନିଂସ ମାତ୍ର ୧୨୨ରେ ଅଟକି ଯାଇଥିଲା । କିୱି ଦଳ ପକ୍ଷରୁ ମ୍ୟାଟ ହେନେରୀ ଏବଂ ୱେଗେନର୍‌ ୩-୩ ୱିକେଟ୍‌ ନେଇ ଇଂଲଣ୍ଡ ବ୍ୟାଟିଂ ବିଭାଗକୁ ଧ୍ୱଂସ କରିଦେଇଥିଲେ । ଟେଷ୍ଟ ଜିତିବା ପାଇଁ ନ୍ୟୁଜିଲ୍ୟାଣ୍ଡକୁ ୩୮ ରନ ଦରକାର ଥିଲା, ଯାହା ଭ୍ରମଣକାରୀ ଦଳ ୨ ୱିକେଟ୍‌ ହରାଇ ହାସଲ କରିନେଇଥିଲା ।

hiring
hiranchal ad1
Leave A Reply

Your email address will not be published.

11 − 1 =