ଏହି ମନ୍ଦିରରେ ସନ୍ଧ୍ୟା ହେଲେ ଲୋକେ ରୁହନ୍ତି ନାହିଁ, କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

0 108

ଆମ ଦେଶରେ ଏଭଳି ବହୁ ମନ୍ଦିର ରହିଛି, ଯାହା ରହସ୍ୟମୟ ଓ ଖୁବ ପ୍ରାଚୀନ। ଏପରି ହିଁ ଏକ ମନ୍ଦିର ରାଜସ୍ଥାନରେ ରହିଛି। ଏହି ମନ୍ଦିରରେ ସନ୍ଧ୍ୟା ହେବା ମାତ୍ରେ କୌଣସି ଲୋକେ ଏଠାରେ ରୁହନ୍ତି ନାହିଁ। ଏହାର କାରଣ ପଛରେ ଏକ ରହସ୍ୟ ରହିଛି। ଲୋକେ ବିଶ୍ୱାସ କରନ୍ତି, ରାତିରେ ଏଠାରେ ରହିବା ଦ୍ୱାରା ଲୋକେ ପଥରରେ ପରିବର୍ତ୍ତିତ ହୋଇ ଯାଆନ୍ତି।
ରାଜସ୍ଥାନର ବାଡମେର ଜିଲାରେ ଏହି ମନ୍ଦିର ଅବସ୍ଥିତ। ଏହା କିରାଡୁ ମନ୍ଦିର ଭାବେ ବେଶ ଜଣାଶୁଣା। ଏହି ମନ୍ଦିରକୁ ରାଜସ୍ଥାନର ଖଜୁରାହୋ ବୋଲି ମଧ୍ୟ କୁହାଯାଏ। ଦକ୍ଷିଣ ଭାରତୀୟ ଶୈଳୀରେ ମନ୍ଦିର ତିଆରି କରାଯାଇଛି। ନିଜର ସ୍ଥାପତ୍ୟ କଳା ପାଇଁ ମନ୍ଦିର ବିଶ୍ୱ ବ୍ୟାପୀ ପ୍ରସିଦ୍ଧ। ଏହି ସ୍ଥାନଟିକୁ ଖ୍ରୀଷ୍ଟପୂର୍ବ ୧୧୬୧ରେ କିରାଟ କୁପ ବୋଲି କୁହାଯାଉଥିଲା।
କିରାଡୁ ମନ୍ଦିର ହେଉଛି ପାଞ୍ଚଟି ମନ୍ଦିରର ଏକ ଶୃଙ୍ଖଳା। ଯେଉଁଥିରେ ଭଗବାନ ବିଷ୍ଣୁଙ୍କ ମନ୍ଦିର ଓ ଶିବ ମନ୍ଦିର ଭଲ ଅବସ୍ଥାରେ ଥିବା ବେଳେ ଅନ୍ୟ ମନ୍ଦିର ଗୁଡିକ ଭଗ୍ନ ଅବସ୍ଥାରେ ରହିଛି। ଏହି ମନ୍ଦିରଟି କେବେ ଓ କିଏ ନିର୍ମାଣ କରାଇଛନ୍ତି ସେନେଇ କୌଣସି ସ୍ପଷ୍ଟ ସୂଚନା ନାହିଁ।
ଏହି ମନ୍ଦିର ବିଷୟରେ ବିଶ୍ୱାସ ରହିଛି ଯେ, ବହୁ ବର୍ଷ ପୂର୍ବେ ଜଣେ ସାଧୁ ତାଙ୍କର କିଛି ଶିଷ୍ୟ ସହ ଏଠାକୁ ଆସିଥିଲେ। ଏହାପରେ ସେ ନିଜ ଶିଷ୍ୟଙ୍କୁ ସେଠାରେ ଛାଡି ଅନ୍ୟତ୍ର ଭ୍ରମଣ ପାଇଁ ଯାଇଥିଲେ। ସେହି ସମୟରେ ଜଣେ ଶିଷ୍ୟର ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବାରୁ ଅନ୍ୟ ଶିଷ୍ୟମାନେ ଗ୍ରାମବାସୀଙ୍କୁ ସାହାଯ୍ୟ ମାଗିଲେ। ମାତ୍ର କେହି ସାହାଯ୍ୟ କଲେ ନାହିଁ। ସାଧୁ ଆସି ପହଞ୍ଚିବା ପରେ ସମସ୍ତ ଘଟଣା ବିଷୟରେ ଜାଣି କ୍ରୋଧିତ ହୋଇ ଗ୍ରାମବାସୀଙ୍କୁ ସୂର୍ଯ୍ୟାସ୍ତ ପରେ ପଥର ହୋଇଯିବେ ବୋଲି ଅଭିଶାପ ଦେଇଥିଲେ।
ଅନ୍ୟ ଏକ ମାନ୍ୟତା ଅନୁଯାୟୀ, ସେହି ଗ୍ରାମର ମହିଳାମାନେ ଶିଷ୍ୟମାନଙ୍କୁ ସାହାଯ୍ୟ କରିଥିବାରୁ ସାଧୁ ମହିଳାମାନଙ୍କୁ ଅନ୍ୟତ୍ର ପଳାଇବାକୁ କହିଥିଲେ। ପଛକୁ ଅନାଇବାକୁ ମଧ୍ୟ ବାରଣ କରିଥିଲେ। ମହିଳା ନ ମାନି ପଛକୁ ଅନାଇ ଥିଲେ ଓ ପଥର ହୋଇ ଯାଇଥିଲେ ବୋଲି କୁହାଯାଉଛି।

hiranchal ad1
Leave A Reply

Your email address will not be published.

three × 5 =