୨ ଯାତ୍ରୀବାହୀ ଟ୍ରେନ୍‌ ମୁହାଁମୁହିଁ ଧକ୍କା : ୩୦ ମୃତ, ୫୦ରୁ ଅଧିକ ଆହତ

0 140

କରାଚୀ : ସୋମବାର ସକାଳେ ପାକିସ୍ତାନରେ ଏକ ବଡ଼ ଟ୍ରେନ୍‌ ଦୁର୍ଘଟଣା ଘଟିଛି । ସିନ୍ଧର ଦହରକି ଅଞ୍ଚଳରେ ଦୁଇଟି ଟ୍ରେନ୍‌ ମୁହାଁମୁହିଁ ଧକ୍କା ହୋଇଥିଲା । ଏହି ଦୁର୍ଘଟଣାରେ ପ୍ରାୟ ୩୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ ରୁ ଅଧିକ ଲୋକ ଆହତ ହୋଇଥିବା କୁହାଯାଉଛି । ସୂଚନା ଅନୁଯାୟୀ, ମିଲାଟ ଏକ୍ସପ୍ରେସ ଏବଂ ସାର୍‌ ସୟଦ ଏକ୍ସପ୍ରେସ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣାଗ୍ରସ୍ତ ରେଳ ବଗିରେ ଏବେ ବହୁ ଲୋକ ଫସି ରହିଛନ୍ତି, ତେଣୁ ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ବୋଲି ଆଶଙ୍କା କରାଯାଉଛି ।

hiring


ଘୋଟକି ନିକଟ ରେତି ଏବଂ ଡାହାରକି ରେଳ ଷ୍ଟେସନ ମଧ୍ୟରେ ସକାଳ ୩: ୪୫ ରେ ଏହି ଦୁର୍ଘଟଣା ଘଟିଛି । ସୂଚନାନୁସାରେ, ମିଲାଟ ଏକ୍ସପ୍ରେସ କରାଚିରୁ ସରଗୋଡା ଏବଂ ସାର୍‌ ସୟଦ ଏକ୍ସପ୍ରେସ ରାୱଲପିଣ୍ଡିରୁ କରାଚି ଅଭିମୁଖେ ଯାଉଥିଲା । ସକାଳ ୩.୩୦ ରୁ ୪ ଟା ମଧ୍ୟରେ ଏହି ଦୁର୍ଘଟଣା ଘଟିଛି । ପାକିସ୍ତାନୀ ଗଣମାଧ୍ୟମ ଅନୁଯାୟୀ, ମିଲାଟ ଏକ୍ସପ୍ରେସର ବଗି ନିୟନ୍ତ୍ରଣ ବାହାରକୁ ଯାଇ ଦ୍ୱିତୀୟ ଟ୍ରାକରେ ପଡିଯାଇଥିଲା । ବିପରୀତରୁ ଆସୁଥିବା ସାର୍‌ ସୟଦ ଏକ୍ସପ୍ରେସ ତାକୁ ଧକ୍କା ଦେଇଥିଲା ।
ଦୁର୍ଘଟଣା ପରେ ଅଧିକାରୀମାନେ ଚାରି ଘଣ୍ଟା ଧରି ଘଟଣାସ୍ଥଳରେ ପହଞ୍ଚି ନଥିଲେ । ବିଳମ୍ବରେ ଆସିଥିବା ଉଦ୍ଧାରକାରୀ ଦଳ ଅଟକି ରହିଥିବା ଯାତ୍ରୀମାନଙ୍କୁ ସ୍ଥାନାନ୍ତର କରିବା ଆରମ୍ଭ କରିଛନ୍ତି । ବଗିରେ ଫଶିଥିବା ଯାତ୍ରୀଙ୍କୁ ଉଦ୍ଧାର କରିବା ପାଇଁ ଗ୍ୟାସ କଟରରେ ବଗି କାଟି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଇ ସେମାନଙ୍କୁ ନିକଟସ୍ଥ ଗାଁରୁ ଟ୍ରାକ୍ଟର-ଟ୍ରଲି ଯୋଗେ ଡାକ୍ତରଖାନା ନିଆଯାଉଛି । ଦୁର୍ଘଟଣା ହେତୁ ଏହି ମାର୍ଗରେ ଅଧିକାଂଶ ଗାଡିର ଗତିବିଧି ପ୍ରଭାବିତ ହୋଇଛି ।

hiranchal ad1
Leave A Reply

Your email address will not be published.

5 × three =