ଟମାଟୋ ଓ କ୍ଷୀରରୁ ପ୍ରସ୍ତୁତ ଫେସପ୍ୟାକ୍

0 82

ହିରାଞ୍ଚଳ ଲାଇଭ : ସୁସ୍ଥ, ସୁନ୍ଦର, କମୋଳ ତ୍ବଚା ସମସ୍ତଙ୍କର ପସନ୍ଦ । କିନ୍ତୁ ଆଜିକାଲି ଜଳବାୟୁ ପରିବର୍ତ୍ତନ ଏବଂ ଅନ୍ୟାନ୍ୟ ବିଭିନ୍ନ କାରଣରୁ ଅନେକ ତ୍ବଚା ଜନିତ ସମସ୍ୟା ଦେଖିବାକୁ ମିଳୁଛି । କିନ୍ତୁ ସବୁବେଳେ ମନେ ରଖିବା ଉଚିତ୍ ଯେ, ତ୍ବଚାଠାରୁ କେମିକାଲ ଯୁକ୍ତ ପ୍ରଡକ୍ଟକୁ ଯଥାସମ୍ଭବ ଦୂରେଇ ରଖିବା ଉଚିତ୍ । ଏବଂ ଘରୋଇ ଉପଚାର ମାଧ୍ୟମରେ ତ୍ବଚାର ଯତ୍ନ ନେବା ଉଚିତ୍ । ତେବେ ସୁସ୍ଥ ଏବଂ ସୁନ୍ଦର ତ୍ବଚା ପାଇଁ ଆସନ୍ତୁ ଜାଣିବା ଟମାଟୋ ଏବଂ କ୍ଷୀରରୁ ପ୍ରସ୍ତୁତ ଫେସପ୍ୟାକ୍ ବିଷୟରେ ।
-ଏକ ପାତ୍ରରେ କିଛି କଂଚା କ୍ଷୀର ନେଇ ସେଥିରେ ପାଚିଲା ଟମାଟୋର ଚୋପା ଛଡାଇ , ସେହି କ୍ଷୀରରେ ପକାଇ ଭଲଭାବେ ମିକ୍ସ କରିବେ । ତାପରେ ତ୍ବଚାକୁ ପ୍ରଥମେ ଭଲଭାବେ ଧୋଇବେ । ଏହାପରେ ଏହି ମିଶ୍ରଣକୁ ନେଇ ତ୍ବଚାରେ ଲଗାଇବେ । ଏହା ଶୁଖିବା ପରେ ତା ଉପରେ ପୁଣି ଏହି ମିଶ୍ରଣ ଲଗାଇବେ । ଏହାକୁ ରାତିରେ ଲଗାଇ ଶୋଇବେ । ପରଦିନ ସକାଳେ ମୁହଁକୁ ଥଣ୍ଡା ପାଣିରେ ଧୋଇ ସଫା କରିବେ । ଏପରି କରିବା ଦ୍ବାରା,ତ୍ବଚାରେ ପ୍ରାକୃତିକ ଚମକ ଆସିବା ସହିତ, ତ୍ବଚା ସୁସ୍ଥ ଏବଂ ସୁନ୍ଦର ହୋଇଥାଏ ।

hiranchal ad1
Leave A Reply

Your email address will not be published.

14 + 2 =