ଋଷରେ ପୁଣି ବଢିଲା କରୋନା ସଂକ୍ରମଣ, ୨୪ ଘଣ୍ଟାରେ ୧୦୦୦ ମୃତ

0 49

ନୂଆଦିଲ୍ଲୀ : ବିଶ୍ୱରେ ଏବେ ମଧ୍ୟ ଜାରି ରହିଛି କରୋନା ସଂକଟ । ଋଷରେ ଗତ ୨୪ ଘଣ୍ଟା ମଧ୍ୟରେ କରୋନା ଭାଇରସର ସବୁଠୁ ଅଧିକ ୩୪,୩୦୩ ନୂଆ ମାମଲା ସାମ୍ନାକୁ ଆସିଛି । ଏହି ମାମଲା ମାସେ ତଳେ ଦୈନିକ ସଂକ୍ରମଣଠାରୁ ୭୦ ପ୍ରତିଶତ ଅଧିକ । ଋଷରେ କରୋନା ମହାମାରୀ ଲଗାତାର ଭାବେ ବଢିଚାଲିଛି । ନ୍ୟାସନାଲ କରୋନା ଭାଇରସ ୱର୍କଫୋର୍ସ ପକ୍ଷରୁ ଜାରି କରାଯାଇଥିବା ରିପୋର୍ଟ ଅନୁଯାୟୀ ଗତ ୨୪ ଘଣ୍ଟାରେ ୩୪,୩୦୩ ନୂଆ ମାମଲା ଚିହ୍ନଟ ହୋଇଛନ୍ତି । ସୂଚନାଯୋଗ୍ୟ ଯେ, ଗତ ମାସେ ତଳେ ୧୯ ସେପ୍ଟେମ୍ବରରେ ୨୦,୧୭୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଦେଶରେ ରବିବାର ଦିନ କୋଭିଡ-୧୯ରେ ୯୯୯ ଲୋକଙ୍କ ଜୀବନ ଯାଇଥିବା ବେଳେ ଶନିବାର ଦିନ ୧୦୦୨ଜଣ ଙ୍କ ମୃତ୍ୟୁ ହୋଇଥିଲା । ଉଲ୍ଲେଖଯୋଗ୍ୟ ଯେ, ଦେଶର ୧୪.୬ କୋଟି ଜନସଂଖ୍ୟା ମଧ୍ୟରୁ ୪.୩ କୋଟି ତଥା ୨୯ ପ୍ରତିଶତ ପୂର୍ଣ୍ଣ ଟିକାକରଣ ସଂପନ୍ନ ହୋଇଛି ।

hiranchal ad1
Leave A Reply

Your email address will not be published.

six + 17 =