ନନ୍ଦନକାନନରୁ ଆସିଲା ଖୁସି ଖବର

0 92

ବାରଙ୍ଗ: ନନ୍ଦଦକାନନ ପ୍ରାଣୀ ଉଦ୍ୟାନ ପାଇଁ ଖୁସି ଖବର । ଧଳା ବାଘୁଣୀ ‘ମୌସୁମୀ’ ମା’ ହେବାକୁ ଯାଉଛି । ପ୍ରାଣୀ ଉଦ୍ୟାନର ୨୦ ନମ୍ବର ଖୁଆଡ ପଛ ପାଖରେ ରହୁଥିବା ଧଳା ବାଘୁଣୀକୁ ଖୁଆଡ ଚାରିପାଖରୁ ଆବଦ୍ଧ କରି ରଖାଯାଇଛି । ସିସି ଟିଭି ଲଗାଯାଇ ତା ଉପରେ ନଜର ରଖାଯାଇଛି । ମୌସୁମୀ ଗର୍ଭ ଧାରଣ କରିବା ପରଠାରୁ ତାର ସ୍ୱତନ୍ତ୍ର ଭାବରେ ଚିକିତ୍ସା କରାଯାଉଛି । ଖାଦ୍ୟ ସହିତ ବିଭିନ୍ନ ଭିଟାମିନ ଓ ଓଆରଏସ ଦିଆଯାଉଛି । ସେ ଏବେ ମଇଁଷି ମାଂସ ଖାଇବା ଛାଡିଦେଇଛି । କେବଳ କୁକୁଡା ମାଂସ ଖାଉଛି । ବର୍ତ୍ତମାନ ତା’ର ଗର୍ଭଧାରଣ ପ୍ରାୟ ୯୩ ଦିନ ହୋଇଛି । ୯୫ ରୁ ୧୦୨ ଦିନ ଭିତରେ ସନ୍ତାନ ପ୍ରସବ କରିବା ନେଇ ଅନୁମାନ କରାଯାଉଛି ।
ନନ୍ଦନକାନନ ଇତିହାସରେ ପ୍ରଥମ ଦୁଇଟି ସମ ବୟସର ଧଳା ବାଘ ସାହିଲ ଓ ବାଘୁଣୀ ମୌସୁମୀର ମିଳନ କରାଯାଇଛି । ୨୦୧୬ରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଉଭୟେ ଜନ୍ମ ଗ୍ରହଣ କରିଥିଲେ । ବର୍ତ୍ତମାନ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ୨୭ ଟି ବାଘ ଓ ବାଘୁଣୀ ଅଛନ୍ତି । ସେଥିମଧ୍ୟରୁ ୨ଟି ଧଳା ବାଘ ଓ ୪ଟି ବାଘୁଣୀ ଅଛନ୍ତି ।

hiranchal ad1
Leave A Reply

Your email address will not be published.

12 − 4 =