ରଣବୀରଙ୍କୁ ଚାପୁଡା ମାରିଥିଲେ ଅନୁଷ୍କା, କାହିଁକି ଜାଣନ୍ତୁ

0 75

ବଲିଉଡର ଚକଲେଟ୍‌ ବୟ ରଣବୀର କପୁର ଓ ଅଭିନେତ୍ରୀ ଅନୁଷ୍କା ଶର୍ମା ଉଭୟେ ଭଲ ବନ୍ଧୁ, ଏହା ସମସ୍ତଙ୍କୁ ଜଣା । ଉଭୟେ ଐ ଦିଲ୍‌ ହୈ ମୁସ୍କିଲରେ ଏକାଠି ନଜର ଆସିଥିଲେ । ଫିଲ୍ମରେ ଉଭୟ ଯୋଡିଙ୍କୁ ଦର୍ଶକ ମଧ୍ୟ ଖୁବ ପ୍ରଶଂସା କରିଥିଲେ । କିନ୍ତୁ ଏହି ଫିଲ୍ମ ସୁଟିଂ ସମୟରେ ଅନୁଷ୍କା ଶର୍ମା ରଣବୀରଙ୍କୁ ଚାପୁଡା ମାରିଥିଲେ । ଏହାକୁ ନେଇ ଅଭିନେତା ରଣବୀର ଅନୁଷ୍କାଙ୍କ ଉପରେ ଭୀଷଣ ଭାବରେ ରାଗିଯାଇଥିଲେ । ପରେ ଅନୁଷ୍କା ତାଙ୍କୁ କ୍ଷମା ମାଗିଥିଲେ । ଏହାର ଖୁଲାସା ଖୋଦ ରଣବୀର ଓ ଅନୁଷ୍କା କରିଛନ୍ତି ।

hiring


ଉଲ୍ଲେଖଯୋଗ୍ୟ ଯେ, ଐ ଦିଲ୍‌ ହୈ ମୁସ୍କିଲ ଫିଲ୍ମ ସୁଟିଂର ଏକ ଭିଡିଓ ଭାଇରାଲ ହୋଇଥିଲା, ଯେଉଁଥିରେ ଅନୁଷ୍କା ରଣବୀରଙ୍କୁ ବହୁବାର ଚାପୁଡା ମାରୁଛନ୍ତି । ଯାହାକୁ ନେଇ ଏକ ସାକ୍ଷାତକାରରେ ରଣବୀର ଅସନ୍ତୋଷ ଜାହିର କରି କହିଥିଲେ ସବୁ କାମ ସୀମା ଭିତରେ ରହିବା ଜରୁରୀ । ରଣବୀର ଅନୁଷ୍କାଙ୍କୁ କହିଥିଲେ ଏମିତି ନକରିବାକୁ କିନ୍ତୁ ଅନୁଷ୍କା ସତସତିକା ତାଙ୍କୁ ଚାପୁଡା ମାରିଥିଲେ ବୋଲି ସେ କହିଥିଲେ । ଏହାପରେ ଅନୁଷ୍କା କହିଥିଲେ ଏହା ଜାଣିଶୁଣି କରିନଥିଲି । ରଣବୀର ଆହୁରି ମଧ୍ୟ କହିଥିଲେ ଅନୁଷ୍କା ମତେ ଥରେ ନୁହେଁ ଦୁଇଥର ଚାପୁଡା ମାରିଛନ୍ତି । ସେ କହିଛନ୍ତି ଅନୁଷ୍କା ଏମିତି ଜଣେ ଅଭିନେତ୍ରୀ ଯିଏ ସିନ୍‌କୁ ଜୀବନ୍ତ କରିବାକୁ ଚେଷ୍ଟା କରିଥାନ୍ତି । ସେହି କାରଣରୁ ସେ ସତସତିକା ଚାପୁଡା ମତେ ମାରିଥିଲେ । ଅନୁଷ୍କା କହିଥିଲେ ଯେ, ସିନ୍‌ ପୂର୍ବରୁ ରଣବୀର ମତେ କହିଥିଲେ ସତସତିକା ଚାପୁଡା ନମାରିବା ପାଇଁ କିନ୍ତୁ ମୁଁ ସୁଟିଂରେ ମଜ୍ଜି ଯାଇ ଚାପୁଡା ମାରି ଦେଇଥିଲି । ଏହାପରେ ରଣବୀର ରାଗି ଯାଇଥିଲେ । କିନ୍ତୁ ମୁଁ ଭାବିଥିଲେ ସେ ମଧ୍ୟ ସିନ୍‌କୁ ଜୀବନ୍ତ କରିବା ପାଇଁ ଏହା କରୁଛନ୍ତି କିନ୍ତୁ ସେମିତି ନଥିଲା । ସେ ସତରେ ମୋ ଉପରେ ରାଗି ଯାଇଥିଲେ ।

hiranchal ad1
Leave A Reply

Your email address will not be published.

fourteen + 9 =