ବିଜେପି ଯୁବ ନେତାଙ୍କୁ ଗୁଳି କରି ହତ୍ୟା

0 261

କୋଲକତା : ପଶ୍ଚିମବଙ୍ଗରେ ରାଜନୈତିକ ହିଂସା ଥମିବାର ନା ଧରୁନାହିଁ । ପୁଣିଥରେ ରାଜ୍ୟରେ ବିଜେପି ନେତାଙ୍କୁ ହତ୍ୟା କରିବା ନେଇ ଖବର ସାମ୍ନାକୁ ଆସିଛି । ଉତ୍ତର ଦିନାଜପୁରର ଇଟାହାରର ବିଜେପି ଯୁବ ନେତା ମିଥୁନ ଘୋଷଙ୍କୁ ରବିବାର ରାତିରେ ତାଙ୍କ ଘର ସାମ୍ନାରେ ଗୁଳି କରି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଦୁର୍ବୃତ୍ତମାନେ ମିଥୁନଙ୍କ ପେଟକୁ ଗୁଳି ମାରିଥିଲେ । ପରେ ମିଥୁନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣା ନେଇ ଶାସକ ଟିଏମ୍‌ସିକୁ ଦାୟୀ କରିଛି ବିଜେପି ।

hiranchal ad1
Leave A Reply

Your email address will not be published.

seventeen − 12 =