ମସଜିଦ ପାଲଟିଲା ସୁପର ମାର୍କେଟ

0 392

ଇସ୍ତାନବୁଲ୍: ତୁର୍କୀରେ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି, ଯାହା ଅନେକଙ୍କୁ ଚକ୍କିତ କରିଛି । ଇସ୍ତାନବୁଲ୍ଠାରେ ଥିବା ଏକ ମସଜିଦ ଏବେ ସୁପର ମାର୍କେଟରେ ପରିଣତ ହୋଇଛି । ଏଠାରେ ବିଭିନ୍ନ ପ୍ରକାର ଖାଦ୍ୟ ସାମଗ୍ରୀ ମିଳିପାରୁଛି । ପାସ୍ତାଠାରୁ ଆରମ୍ଭ କରି ପାଣି ବୋତଲ, ବିସ୍କୁଟ ଭଳି ଶୁଖିଲା ଖାଦ୍ୟ ସାମଗ୍ରୀ ଓ ଅନ୍ୟାନ୍ୟ ଉପଯୋଗୀ ଖାଉଟି ସାମଗ୍ରୀ ଉପଲବ୍ଧ ହୋଇପାରୁଛି । ତେବେ ଏସବୁ ବିକ୍ରି ପାଇଁ ନୁହେଁ । ଅସହାୟ ଲୋକଙ୍କ ପାଇଁ ଉଦ୍ଧିଷ୍ଟ । ତୁର୍କୀରେ କରୋନା ଭାଇରସ ସଂକ୍ରମଣରେ ୨୦୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିବା ବେଳେ ଆହୁରି ବହୁ ସଂଖ୍ୟକ ଲୋକ ଆକ୍ରାନ୍ତ ହୋଇଛନ୍ତି । କରୋନା ଯୋଗୁଁ ସୃଷ୍ଟି ହୋଇଥିବା ପରିସ୍ଥିତି ଅନେକ ଲୋକଙ୍କୁ ଅସୁବିଧାରେ ପକାଇଛି । ସେମାନେ ଖାଇବାକୁ ପାଉନାହାନ୍ତି । ଅବଦୁଲସାମେତ କାକିର ନାମକ ଜଣେ ଇମାମ୍ ଏହି ପରିସ୍ଥିତି ଦେଖିବା ପରେ ଦେଦେମାନ୍ ମସଜିଦ୍କୁ ଅସହାୟ ଲୋକମାନଙ୍କ ସାହାଯ୍ୟ ଲାଗି ବ୍ୟବହାର କରିବାକୁ ସ୍ଥିର କରିଥିଲେ । ମସ୍ଜିଦ୍ର ପ୍ରବେଶ ଦ୍ୱାରରେ ଏକ ପୋଷ୍ଟର ରହିଛି । ସେଥିରେ ଲେଖାଯାଇଛି, ଯେଉଁମାନେ ଅସହାୟଙ୍କୁ ସାହାଯ୍ୟ କରିବାକୁ ଚାହୁଁଛନ୍ତି, ସେମାନେ କିଛି କିଛି ଖାଦ୍ୟ ସାମଗ୍ରୀ ଏଠାରେ ଦାନ କରନ୍ତୁ । ଯାହାଫଳରେ କି ବହୁ ଲୋକ ଉପକୃତ ହୋଇପାରିବେ । ଏଭଳି ଲେଖା ଦେଖିବା ପରେ ଅଳ୍ପ ଦିନ ଭିତରେ ମସଜିଦରେ ବହୁ ଖାଦ୍ୟ ସାମଗ୍ରୀ ଜମା ହୋଇଯାଇଛି । ବର୍ତ୍ତମାନ ଏହାକୁ ଏକ ଅସ୍ଥାୟୀ ସୁପର ମାର୍କେଟର ଆଖ୍ୟା ଦିଆଯାଇଛି ।

hiranchal ad1
Leave A Reply

Your email address will not be published.

four × four =