କରୋନା ପ୍ରତିରୋଧକ ମାସ୍କ ଓ ସାନିଟାଇଜର ବଣ୍ଟନ

0 104

ଦ୍ଵିତୀୟ ବିଶ୍ଵଯୁଦ୍ଧ ପରେ କରୋନା ଏବେ ସମଗ୍ର ବିଶ୍ଵରେ ମହାମାରୀ ର ଭୂମିକା ନେଇଛି । ଏଥିପାଇଁ ଆମ ଦେଶ ଓ ରାଜ୍ୟ ମଧ୍ୟ ସଜାଗ ରହି ନିଷ୍ଠାର ସହ ସାମାଜିକ ଦୁରତ୍ଵ ରକ୍ଷା କରିବା କ୍ଷେତ୍ରରେ ଲକ୍ ଡାଉନ୍ ଜନିତ ପ୍ରତିବନ୍ଧକ ସମୟରେ ଖାଦ୍ୟ ଗଣ୍ଡିଏ ନ ପାଇ ଭୋକ ଉପାସ ରେ କାଳ କାଟୁଥିବା ଦିନ ମଜୁରିଆଙ୍କୁ ସହାୟତା ଦେଇ ଚାଲିଛି । ଏ ସବୁ ସତ୍ତ୍ବେ ପ୍ରଶାସନର ଦୃଷ୍ଟି ଆଢ଼ୁଆଳରେ ରହିଯାଇଉଥିବା ବହୁ ଗରିବ ଅସହାୟ ଜନସାଧାରଣଙ୍କୁ ଭୋକିଲା ପେଟରେ ଦାନା ଦେବା ସହ ସେମାନଙ୍କୁ ଏହି ରୋଗର ପ୍ରତିରୋଧ ନେଇ ମାସ୍କ୍, ସାନିଟାଇଜରବଣ୍ଟନ କରିଚାଲିଛନ୍ତି ଅନେକ ବହୁ ସମାଜସେବୀ ଓ ସ୍ବେଛାସେବୀ ସଂଗଠନ । ଆଜି ଏହି ମହତ୍ କାର୍ଯ୍ୟରେ ସାମିଲ ହୋଇ ନିଜର ମଣିଷ ପଣିଆ ର ନିଦର୍ଶନ ଦେଖାଇଛନ୍ତି ଅର୍ଗସ ନିଉଜ୍ ର ଯୁବ ସାମ୍ବାଦିକ ରାଧାକୃଷ୍ଣ ମିଶ୍ର । ଯୁବ ସାମ୍ବାଦିକ ରାଧାକୃଷ୍ଣ ମିଶ୍ର ଙ୍କ ନେତୃତ୍ୱ ରେ ବଲାଙ୍ଗୀର ପୌରାଞ୍ଚଳରେ ବିଭିନ୍ନ ସ୍ଥାନରେ ଗରିବ ଓ ଅସହାୟଙ୍କୁ ଶୁଖିଲା ଖାଦ୍ୟ ଦେବା ସହ କରୋନା ଭଳି ମହାମାରୀ କୁ ପ୍ରତିହତ କରିବା ପାଇଁ ମାସ୍କ୍, ସାନିଟାଇଜର ବଣ୍ଟନ କରି କରୋନା ଯୋଦ୍ଧାମାନଙ୍କର ମନୋବଳ ବୃଦ୍ଧି କରାଯାଇଥିଲା । ଯାହା କି ସେଠାକାର ଦି ଓଳି ଦି ମୁଠା ଖାଇବାକୁ ପାଉ ନ ଥିବା ନିରୁପାୟ ଅସହାୟ ଲୋକଙ୍କ ମୁହଁ ରେ ହସ ଫୁଟାଇଛି । ଯାହାକି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ର ବିଷୟ ହୋଇଛି । ପେଶା ହେଉଛି ସାମ୍ବାଦିକତା କିନ୍ତୁ ନିଶା ହେଉଛି ସମାଜସେବା ଯାହାର ପ୍ରତିଫଳନ ସ୍ୱରୂପ ଯୁବ ସାମ୍ବାଦିକ ରାଧାକୃଷ୍ଣ ମିଶ୍ର ପହଞ୍ଚି ପାରିଛନ୍ତି ଗରିବ, ଅସହାୟ, ଓ ନିରୁପାୟ ଲୋକଙ୍କ ପାଖରେ । ଏଭଳି ମହତ୍ କାର୍ଯ୍ୟରେ ନିୟୋଜିତ ହୋଇ ସେ ଅନେକ ପ୍ରଶଂସା ଲୁଟିବା ସହିତ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟି ଯାଇଛନ୍ତି । ଆଜିର କାର୍ଯ୍ୟକ୍ରମରେ ଏୈର୍ବତ ନାୟକ, ସରିତା ଯୋଶୀ, ସୌଦାମିନୀ ମିଶ୍ର, ମନୋଜ ଜୈନ୍ ପ୍ରମୁଖ ସ୍ବେଛାସେବୀ ଅନୁଷ୍ଠାନ ର କର୍ମକର୍ତ୍ତା ଯୋଗଦେଇ ସାହାଯ୍ୟ ଓ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

5 × 4 =