ବିର୍ସା ମୁଣ୍ଡା ଅଟୋସଂଘ ପକ୍ଷରୁ ରକ୍ତଦାନ ସହ ମାସ୍କ, ସାବୁନ୍ ଓ ଖାଦ୍ୟ ବଣ୍ଟନ।

0 183

ରାଇକିଆ: କରୋନା ମହାମାରୀ ମୁକାବିଲା ପାଇଁ ଅଣ୍ଟା ଭିଡିଛନ୍ତି ବିର୍ସା ମୁଣ୍ଡା ଅଟୋ ସଂଘର ସଦସ୍ୟ। କନ୍ଧମାଳ ଜିଲ୍ଲା ପୁଲିସର ନିର୍ଦ୍ଦେଶ କ୍ରମେ ରାଇକିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ରବିବାର ଏକ ସ୍ବେଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇ ଥିଲା। ଜିଲ୍ଲାରେ ରକ୍ତର ଅଭାବ ଦେଖା ଯାଇଥିବା ଯୋଗୁଁ କରୋନା ମହାମାରୀକୁ ମୁକାବିଲା ପାଇଁ ରକ୍ତର ଆବଶ୍ୟକତା ଅନୁଭବ କରି ରକ୍ତ ସଂଗ୍ରହ କରାଯିବା ସକାଶେ ରାଇକିଆ ପୁଲିସ ପକ୍ଷରୁ ଅଞ୍ଚଳ ବାସିଙ୍କ ସହ ଯୋଗ ଲୋଡ଼ା ଯାଇଥିଲା । ଏହି ମହୋତ୍ବ କାମ ପାଇଁ ବିର୍ସା ମୁଣ୍ଡା ଅଟୋ ସଂଘର ସଦସ୍ୟ ରକ୍ତ ଦାନ ଶିବିରରେ ଯୋଗଦେଇ ରକ୍ତ ଦାନ କରିଥିଲେ । ଜନସାଧରଣଙ୍କୁ କରୋନା ଦାଉରୁ ସୁରକ୍ଷିତ ରହିବା ପାଇଁ ମାସ୍କ ବ୍ୟବହାର, ସାବୁନରେ ହାତ ଧୋଇବା ସହ ସାମାଜିକ ଦୂରତା ବଜାୟ ରଖିବାକୁ ସଚେତନତାର ବାର୍ତ୍ତା ଦେଇ ଥିଲେ I

hiring

ଏହା ସହ ବିର୍ସା ମୁଣ୍ଡା ଅଟୋ ସଂଘ ପକ୍ଷରୁ ବହୁ ସଂଖ୍ୟରେ ମାସ୍କ,ସାବୁନ୍ ଓ ଖାଦ୍ୟ ରାଇକିଆ ବ୍ଲକର ବିଭିନ୍ନ ଗ୍ରାମର ଲୋକଙ୍କୁ ବଣ୍ଟନ କରାଯାଇଛି। ଏହି ବଣ୍ଟନ କାର୍ଯ୍ୟକ୍ରମରେ ସଂଘର ସଭାପତି ଦେବେନ୍ଦ୍ର ପ୍ରଧାନ, କୋଷାଧ୍ୟକ୍ଷ ସୁଧାଂଶୁ ନାୟକ, ଉପଦେଷ୍ଟା ଓକିଲ ରାମାରାଓ ନାୟକ, ସାବତ ପ୍ରଧାନ, ବୁବୁଲା ପ୍ରଧାନ, ସୁଶିଲ୍ ପ୍ରଧାନ ଓ ପ୍ରକାଶ ନାୟକଙ୍କ ସହ ଅନ୍ୟ ସଦସ୍ୟମାନେ ସହୋଯୋଗ କରିଥିଲେ। ଆଗକୁ ଆହୁରି ମାସ୍କ ଓ ସାବୁନ୍ ବଣ୍ଟନ କରାଯିବ ବୋଲି ସଂଘ ପକ୍ଷରୁ କୁହାଯାଇଛି। ଏଠାରେ ସୂଚନା ଥାଉକି ସଂଘ ପକ୍ଷରୁ ବିଗତ ଗ୍ରୀଷ୍ମ ପ୍ରବାହ ସମୟରେ ୪-୫ ଯାଗାରେ ଜଳଛତ୍ର ଖୋଲି ଅଟୋ ସାହାଯ୍ୟରେ ପିଇବା ପାଣି ଲୋକଙ୍କ ପାଇଁ ଯୋଗାଇ ଦେବା ସହ ବସ୍ ଷ୍ଟାଣ୍ଡରେ ଥିବା ଯାତ୍ରୀବିଶ୍ରାମ ଗୃହକୁ ପ୍ରତିଦିନ ଧୋଇ ପରିଷ୍କାର ପରିଚ୍ଛନ୍ନ କରାଯାଉଥିଲା। ଯାହା ପାଇଁ ଅଞ୍ଚଳବାସୀ ଅଟୋ ସଂଘର କର୍ମକର୍ତ୍ତାଙ୍କୁ ସାଧୁବାଦ ଜଣାଇ ଛନ୍ତି I

hiranchal ad1
Leave A Reply

Your email address will not be published.

fourteen + 12 =