ସର୍ବ ଧର୍ମ ସମନ୍ୱୟର ଗାଥା ଗାଏ ବାର ଶହ ବର୍ଷର ପ୍ରାଚୀନ ସ୍ଥାପତ୍ୟ

0 486

ବୌଦ୍ଧ ସହର ମଧ୍ୟରେ ଜାତୀୟ ରାଜପଥ ନଂ.୫୭ର ପାଶ୍ୱର୍ରେ ରହିଛି ନବମ ଶତାଦ୍ଦୀର ପ୍ରାଚୀନ କିର୍ତ୍ତୀ ଶ୍ରୀ ରାମନାଥ । ଏହା ସୋମବଂଶୀମାନଙ୍କ ଶାସନ ସମୟରେ ନିର୍ମିତ ହୋଇଥିବା ଐତିହାସିକମାନେ ମତ ଦେଇଥାନ୍ତି । ଏକଦା ଶ୍ରୀରାମନାଥ ମନ୍ଦିର ପରିସରରେ ୧୧ଗୋଟି ପ୍ରାଚୀନ ମନ୍ଦିର ରହିଥିଲା । ଏକାଦଶ ରୁଦ୍ରଙ୍କ ଆସ୍ଥାନ ଭାବରେ ପରିଚିତ ଥିବା ଏହି ପୀଠର ଅନେକ ମନ୍ଦିର କାଳକ୍ରମେ ଭାଙ୍ଗି ବିପଦସଙ୍କୁଳ ଅବସ୍ଥାକୁ ଚାଲି ଆସିବାରୁ ବୌଦ୍ଧ ଶେଷ ଭଞ୍ଜବଂଶୀୟ ରାଜା ନାରାୟଣ ପ୍ରସାଦ ଦେବ ସେଗୁଡିକ ବାଙ୍ଗି ଦେଇ ଏକ ନୂତନ ପଞ୍ଚମୁଖୀ ମନ୍ଦିର ନିର୍ମାଣ କାମ ଆରମ୍ଭ କରାଇଥିଲେ । ଅପେକ୍ଷାକୃତ ଭଲ ଅବସ୍ଥାରେ ଥିବା ୩ଗୋଟି ମନ୍ଦିରକୁ ଛାଡି ବାକି ଆଠଟି ମନ୍ଦିରକୁ ଭାଙ୍ଗି ଦେଇଥିବା ଜଣାଯାଏ । ଯେଉଁ ତିନୋଟି ପ୍ରାଚୀନ ମନ୍ଦିର ଏବେ ମଧ୍ୟ ଅକ୍ଷୁର୍ଣ୍ଣ ରହିଛି, ସେଗୁଡିକର ନିର୍ମାଣ ଶୈଳୀ ପ୍ରାୟ ସମାନ । ଏହି ତିନୋଟି ମନ୍ଦିରରେ ତିନୋଟି ଶିବଲିଙ୍ଗ ପଶ୍ଚିମ ସୋମନାଥ, ଭୁବନେଶ୍ୱର ଓ କପିଳେଶ୍ୱର ନାମରେ ପୂଜା ପାଉଛନ୍ତି । ଭୁବନେଶ୍ୱର ଓ କପିଳେଶ୍ୱର ମନ୍ଦିର ଦ୍ୱୟର ମୁହଁ ପୂର୍ବଦିଗକୁ ହୋଇଥିବା ବେଳେ ପଶ୍ଚିମ ସୋମନାଥ ମନ୍ଦିରର ଦ୍ୱାର ପଶ୍ଚିମ ଦିଗକୁ ରହିଛି ।


ମନ୍ଦିର ଗୁଡିକର ନିର୍ମାଣ ନାଲିଆ ଡାଳିମ୍ବ ପଥରରେ ହୋଇଛି ଓ ପଥର ଗୁଡିକ ମୟୁରଭଞ୍ଜର ଖିଚିଂ ଅଞ୍ଚଳରୁ ଅଣାଯାଇଥିବା ଐତିହାସିକ ମତ ଦିଅନ୍ତି । ସମସ୍ତ ମନ୍ଦିର ରେଖ ମନ୍ଦିର ଶୈଳୀର ଓ ସେମାନଙ୍କର ମୁଖଶାଳା ନାହିଁ । ପ୍ରତ୍ୟେକ ମନ୍ଦିରର ଦ୍ୱାର ଉପରେ ନବଗ୍ରହଙ୍କ ମୂର୍ତ୍ତି ଓ ତା\’ଉପରେ ବୁଦ୍ଧମୂର୍ତ୍ତି ଖୋଦିତ ହୋଇଛି । ମନ୍ଦିର କାନ୍ଥରେ ଅନେକ ସୂକ୍ଷ୍ମ କାରୁକାର୍ଯ୍ୟରେ ପୂର୍ଣ୍ଣକୁମ୍ଭ, ଅଶ୍ୱାରୋହୀ ସୈନ୍ୟ, ନାୟକନାୟିକାମାନଙ୍କ ମୂର୍ତ୍ତିଚିତ୍ର ନିଖୁଣ ଭାବେ ଖୋଦିତ ହୋଇଥିବା ଦେଖିବାକୁ ମିଳେ । ମନ୍ଦିର ଚୂଡାରେ ତ୍ରିଶୂଳ କିମ୍ବା ଶିବଲିଙ୍ଗ ବଦଳରେ ନୀଳଚକ୍ର ଶୋଭାପାଉଥିବାରୁ ମନ୍ଦିର ସ୍ଥାପତ୍ୟରେ ଶୈବ, ବୈଷ୍ଣବ, ବୌଦ୍ଧ ଧର୍ମର ସମ୍ମିଳିତ ଛାପ ଦେଖିବାକୁ ମିଳିଥାଏ । ମନ୍ଦିରର ସୁରକ୍ଷା ଓ ରକ୍ଷଣାବେକ୍ଷଣ ଦାୟିତ୍ୱ ଭାରତୀୟ ପ୍ରତ୍ନତାତ୍ତତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ଉପରେ ଭାରତ ସରକାର ନ୍ୟସ୍ତ କରିଛନ୍ତି ।

hiring


ମନ୍ଦିର ପରିସରରେ ବିଭିନ୍ନ ସ୍ଥାନରେ ଭଗ୍ନ ମନ୍ଦିରମାନଙ୍କର ପ୍ରସ୍ତରଖଣ୍ଡ, ଭଗ୍ନ ଦେବାଦେବୀମାନଙ୍କ ମୂର୍ତ୍ତିମାନ ସଂରକ୍ଷିତ କରାଯାଇଥିବା ଦେଖିବାକୁ ମିଳେ । ଅନେକ ପୀଠମାନଙ୍କ ମଧ୍ୟରେ ହିନ୍ଦୁ ଧର୍ମର ବିଭିନ୍ନ ଦେବାଦେବୀ ପୂଜାପାଉଛନ୍ତି । ଶ୍ରୀ ରାମେଶ୍ୱର ମହାଦେବଙ୍କ ମନ୍ଦିରଟିଏ ମଧ୍ୟ ଉତ୍ତର ପାଶ୍ୱର୍ ପ୍ରବେଶ ଦ୍ୱାର ନିକଟରେ ରହିଛି । ରାମେଶ୍ୱର ମନ୍ଦିର ସମ୍ମୁଖରେ ଶ୍ରୀଗଣେଶ, କାର୍ତ୍ତିକେଶ୍ୱରଙ୍କ ସମେତ ଦେବୀ ଉଗ୍ରତାରାଙ୍କ ସହିତ ଏକ ଫୁଟ ଉଚ୍ଚର ଏକ ବୁଦ୍ଧମୂର୍ତ୍ତି ପୂଜା ପାଉଛନ୍ତି । ପର୍ଯ୍ୟଟକମାନଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜେ ନବମଶତାଦ୍ଦୀର ଏହି ପ୍ରାଚୀନ ପୀଠ । ବର୍ଷସାରା ଦେଶ ତଥା ଦେଶ ବାହାରୁ ଅନେକ ଭକ୍ତ ଓ ପର୍ଯ୍ୟଟକମାନଙ୍କ ଆଗମନ ଏଠାକୁ ହୋଇଥାଏ ।

hiranchal ad1
Leave A Reply

Your email address will not be published.

3 + thirteen =