ଭଦ୍ରକ ବିଧାୟକ ଅନୁଧ୍ୟାନ କଲେ ଲକ୍‌ଡାଉନ୍‌ ସ୍ଥିତି

0 121

ଭଦ୍ରକ : ଭଦ୍ରକ ପୌରାଞ୍ଚଳରେ ଆଜି ସଖାଳେ ଭଦ୍ରକ ବିଧାୟକ ସଂଜୀବ ମଲିକ ଲକ୍‌ଡାଉନ୍‌ ସ୍ଥିତି ଅନୁଧ୍ୟାନ କରିଛନ୍ତି। ନିଜ ନିର୍ବାଚନ ମଣ୍ଡଳୀର ସହର ଓ ଗ୍ରାମାଞ୍ଚଳରେ ଖୋଲା ହେଉଥିବା ମାର୍କେଟ ଗସ୍ତ କରି ସାମାଜିକ ଦୂରତ୍ୱ ଉପରେ ତନଖି କରିବା ସହ ଲୋକଙ୍କ ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ। ସହରରେ କଡାକଡି ଲାଗୁ ହୋଇଥିବା ମୋଟର ସାଇକେଲ ଓ ଚାରି ଚକିଆ ଯାନ ଉପରେ କଟକଣା ଦ୍ୱାରା ଯେମିତି ଲୋକମାନେ କୌଣସି ଅସୁବିଧାରେ ସମ୍ମୁଖିନ ନ ହୁଅନ୍ତି ସେଥି ପ୍ରତି ବିଶେଷ ଧ୍ୟାନ ଦେଇଥିଲେ । ତା ଛଡା ତିନିଦିନ ତଳେ ମୁଖ୍ୟମନ୍ତ୍ରୀଙ୍କ ସହିତ ଫୋନ ଦ୍ଵାରା ଅଲୋଚନ କରିଥିଲେ। ଭଦ୍ରକ ପୋୖରାଞ୍ଚଳ କରୋନା ରେ ସଂକ୍ରମିତ ହୋଇ ଥିବା ଲୋକଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ଚିକିତ୍ସା କରିଯିବ ବୋଲି ଲୋକଙ୍କୁ ବୁଝାଇଥିଲେ ତା ସହିତ କିପରି ଲୋକମାନେ ଭୟଭୀତ ନ ହୋଇ କରୋନା ଲଢାଇ ରେ ସାହସର ସହିତ ଲଢ଼ିବା ପାଈଁ ମତବ୍ୟକ୍ତ କରିଥିବା ଜଣାଯାଇଛି। ଲୋକଙ୍କଠାରୁ ଅନ୍ୟାନ୍ୟ ଅସୁବିଧା ଶୁଣି ତାହାର ପ୍ରତିକାର ପାଇଁ ପ୍ରଶାସନ ସହ ଆଲୋଚନା କରିଥିବା ଜଣାପଡ଼ିଛି l ଏହି ଗସ୍ତ ସମୟରେ ଦୋକାନୀମାନଙ୍କୁ ସାମାଜିକ ଦୂରତ୍ୱ ବଜାୟ ରଖିବା ପାଇଁ ବିଧାୟକ ପରାମର୍ଶ ଦେଇଥିଲେ।

hiranchal ad1
Leave A Reply

Your email address will not be published.

8 − 4 =