ଯେଉଁଠି ୫ ଦିନ ପର୍ଯ୍ୟନ୍ତ ମହିଳା ପିନ୍ଧନ୍ତି ନାହିଁ ପୋଷାକ

0 377

ହିମାଚଳ ପ୍ରଦେଶର କୁଲ୍ଲୁରେ ଦେଖିବାକୁ ମିଳେ ଏକ ଅଜବ ପରମ୍ପରା । ମଣିକର୍ନିକା ଘାଟି ନିକଟରେ ଥିବା ଏକ ଗାଁ ପାଣି । ଏଠାରେ ପତ୍ନୀ-ପତି ପରସ୍ପର ମଧ୍ୟରେ ୫ ଦିନ ପର୍ଯ୍ୟନ୍ତ କଥା ହୁଅନ୍ତି ନାହିଁ । ଏହି ୫ ଦିନ ମହିଳାମାନେ ବସ୍ତ୍ର ପରିଧାନ କରନ୍ତି ନାହିଁ । ଏହି ସମୟରେ ମହିଳାମାନେ ହାତବୁଣା ଏକ ଓଢଣିକୁ ଢାଙ୍କି ହୋଇଥାଆନ୍ତି । ଏହାସହ ଏହି ୫ ଦିନ କେହି ମଦ୍ୟପାନ କରିବା ତ ଦୂରର କଥା ଏହାକୁ କେହି ଛୁଅନ୍ତି ନାହିଁ । ଲୋକକଥା ଅନୁଯାୟୀ, ଆହୁଆ ଘୋଡା ଦେବତା ଯେତେବେଳେ ପାଣି ଗ୍ରାମରେ ପହଞ୍ଚିଥିଲେ ସେତେବେଳେ ଏଠାରେ ରାକ୍ଷସଙ୍କର ଉପଦ୍ରବ ଥିଲା । ଏହାପରେ ସଂକ୍ରାନ୍ତି ତିଥିରେ ଅର୍ଥାତ କଳା ମାସର ପ୍ରଥମ ଦିନରେ ଆହୁଅ । ଦେବତା ଗାଁରେ ଥିବା ସମସ୍ତ ରାକ୍ଷସଙ୍କୁ ନିପାତ କରିଥିଲେ । ଏହାପରେ ଦେବ ପରମ୍ପରା ଅନୁଯାୟୀ ଏହି ଭାଦ୍ରବ ସଂକ୍ରାନ୍ତି ସମୟରେ ନାରୀ ଓ ପୁରୁଷଙ୍କୁ ଏସବୁ କଥା ବାରଣ କରାଯାଇ ଏହି ଦିନକୁ ମନେ ପକାନ୍ତି ପାଣି ଗାଁର ବାସିନ୍ଦାୟ ଏମିତି ପରମ୍ପରା ଆଜିବି ସେଠାରେ ପାଳନ ହେଉଥିବା କୁହନ୍ତି ଗ୍ରାମବାସୀ । କାରଣ ଏମିତି କଲେ ଗାଁକୁ ଅଶୁଭ ଦୃଷ୍ଟି ପଡେ ନାହିଁ ବୋଲି ସେମାନଙ୍କର ବିଶ୍ୱାସ ରହିଛି ।

hiranchal ad1
Leave A Reply

Your email address will not be published.

twenty + 20 =