ବାରହା ଆକ୍ରମଣରେ ଯୁବକ ଗୁରୁତର

0 393

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଲକ ମାଦାଗୁଡା ଗାଁ ରେ ଅଭାବନୀୟ ଘଟଣା । କାଜୁ ବଗିଚାରୁ କାମସାରି ଫେରିବା ବାଟରେ ବାରହା ଆକ୍ରମଣରେ ଯୁବକ ଗୁରୁତର । ସୂଚନା ପ୍ରକାରେ ମାଦାଗୁଡା ଗ୍ରାମର ରବି ମଲ୍ଲିକ ନାମକ ଜଣେ ଯୁବକ ନିକଟସ୍ଥ କାଜୁ ବଗିଚାରେ ବଗିଚା କାମସାରି ଫେରିବା ସମୟରେ ଏକ ଜଙ୍ଗଲି ବାରହା ହାବୁଡ଼ରେ ପଡ଼ିଥିଲେ । ବାରହା ଟି ହଠାତ୍ ରବିକୁ ଆକ୍ରମଣ କରିଥିଲା । ଫଳରେ ରବିର ଦୁଇ ହାତ,କାନ୍ଧ ଓ ପିଠିରେ ଗୁରୁତର କ୍ଷତ ହୋଇଥିଲା । କୈାଣଶି ପ୍ରକାରେ ଯିବନ ବଞ୍ଚାଇ ରବି ସେଠାରୁ ଦୌଡ଼ି ଘରକୁ ପଳାଇ ଆସିଥିଲା । ଗୁରୁତର ଅବସ୍ଥାରେ ପରିବାର ଲୋକେ ରବିକୁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଛନ୍ତି । ବର୍ତ୍ତମାନ ରବି ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟ 32 ନଂ ବେଡ୍ ରେ ଚିକିତ୍ସିତ ଅଛନ୍ତି ।

hiranchal ad1
Leave A Reply

Your email address will not be published.

sixteen − six =