କଙ୍କାଳ ସହିତ ଖେଳୁଛନ୍ତି ମହିଳା,ଭାଇରାଲ ହେଲା ଫଟୋ

0 79

ଶ୍ମଶାନର ନାଁ ଶୁଣିବା ମାତ୍ରେ । ଆମ ସମସ୍ତଙ୍କ ମନରେ ଏକ ଭୟ ସୃଷ୍ଟି ହୋଇଥାଏ । ମାତ୍ର ବର୍ତ୍ତମାନ ଏମିତି ଏକ ଫୋଟ ଭାଇରାଲ ହେଉଛି ଯାହାକୁ ଦେଖିଲେ ଆପଣ ନିଶ୍ଚୟ ଭାବରେ ଡରିଯିବେ। ଏହି ଭାଇରାଲ ଫଟୋରେ ଦେଖିବାକୁ ମିଳିଛି କି ଜଣେ ମୃହିଳା ଶ୍ମଶାନରେ ଥାଇ ହାତରେ କଙ୍କାଳଟିଏ ଧରିଥନ୍ତି । ଆଉ ଯେମିତି ଏକ ଛୋଟ ପିଲାଙ୍କୁ ଧରି ଖେଳା ଯାଏ , ସେମିତି ସେ କଙ୍କାଳ ସହ ଖେଳୁଛନ୍ତି । ଜଣାପଡ଼ୁଛି ମହିଳା ଜଣଙ୍କ କଙ୍କାଳକୁ ଏକ ଲୟରେ ଦେଖୁଛନ୍ତି ।

hiring

ଖାଲି ଏତିକି ନୁହେଁ ମହିଳାଙ୍କ ପାଖରେ ଏକ କୁକୁରର କଙ୍କାଳ ମଧ୍ଯ ଦେଖିବାକୁ ମିଳିଛି ଏବଂ ସେହି କଙ୍କାଳଟି ବସି ଥିବାର ନଜର ଆସୁଛି । ଏହି ଘଟଣା ବ୍ରିଟେନ୍‌ର ୟାର୍କଶାୟରର ଅଟେ । ଡେଲି ମେଲ୍‌ର ଏକ ରିପୋର୍ଟ ମୁତାବିକ୍‌, ୟାର୍କଶାୟରର ହଲ୍‌ ଜେନରାଲ ନାମକ ଏକ ଶ୍ମଶାନରେ ଏହି ମହିଳା ନନ୍‌ ପୋଷାକରେ ନଜର ଆସୁଛନ୍ତି । ତାଙ୍କର କୋଳରେ ଏକ କଙ୍କାଳ ରହିଛି । ଆଶ୍ଚର୍ଯ୍ୟକର କଥା ଏହା ଯେ, ସ୍ଥାନୀୟ ଲୋକ କହୁଛନ୍ତି କି ଏହି ମହିଳା ଜଣଙ୍କ କେବଳ ଗୋଟିଏ ନୁହେଁ , କେବଳ ଏହି ଶ୍ମଶାନର ସବୁ କଙ୍କାଳ ସହ ଏମିତି ହିଁ ଖେଳୁଛନ୍ତି । ମହିଳା ପ୍ରତିଦିନ ସବୁ କଙ୍କାଳଙ୍କୁ ନିଜର କୋଳରେ ଉଠାଇ ଧରିଥାନ୍ତି । ଲୋକେ ଶ୍ମଶାନରେ ମଧ୍ୟ ଏହି ମହିଳାଙ୍କୁ ଦେଖିଥିଲେ ।

ଏହି ନନ୍‌ କଙ୍କାଳ ସହ ଖେଳୁଥିଲେ ଓ ନାଚୁଥିଲେ । ଜଣେ ବାଟୋଇ ଏହି ଅଜବ ଘଟଣାର ଫଟୋ ନିଜ କ୍ୟାମେରାରେ କଏଦ କରିନେଇଥିଲେ ବୋଲି ରିପୋର୍ଟରେ ପ୍ରକାଶିତ ହୋଇଛି । ସେପଟେ ଉକ୍ତ ଫଟୋଟି ଭାଇରାଲ ହେବା ପରେ ଲୋକେ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ଦେଉଛନ୍ତି । କିଏ କହୁଛି ଏହା କୌଣସି ପ୍ରୋଜେକ୍ଟର ଅଂଶ ହୋଇପାରେ । ଆଉ କିଏ ମଧ୍ୟ କହୁଛନ୍ତି , ହୋଇପାରେ ଏହି କଙ୍କାଳ ସହ ମହିଳାଙ୍କର କୌଣସି ଭାବନାତ୍ମକ ସଂପର୍କ ଥାଇପାରେ । ହେଲେ ଏବେସୁଦ୍ଧା ଏହାର ସତ୍ୟତା ବିଷୟରେ କୌଣସି ଖୁଲାସା ହୋଇପାରି ନାହିଁ। ରିପୋର୍ଟରେ ଏହି କଥାକୁ ବି ଦର୍ଶା ଯାଇଛି କି ୧୮୪୭ରେ ତିଆରି କରାଯାଇ ଥିବା ଏହି ଶ୍ମଶାନକୁ ୧୯୭୨ରେ ବନ୍ଦ କରି ଦିଆଯାଇ ଥିଲା । ଏଠାରେ ସନ୍‌ ୧୮୦୦ ସମୟରେ ଅଧିକାଂଶ କଲେରା ମହାମାରୀରେ ମୃତ୍ୟୁ ହୋଇଥିବା ଲୋକଙ୍କୁ ଏଠାରେ ସମାଧି ଦିଆଯାଇ ଥିଲା । ଅର୍ଥାତ୍‌ ପାଖାପାଖି ୫୦ ବର୍ଷରୁ ଏହି ଶ୍ମଶାନକୁ ବ୍ୟବହାର କରାଯାଇ ନାହିଁ । ତଥାପି ଏହି ମହିଳା ବାରମ୍ୱାର ସେଠାକୁ ଯାଉଛନ୍ତି ।

hiranchal ad1
Leave A Reply

Your email address will not be published.

thirteen + 19 =