ଲଗାଣ ବର୍ଷାରେ ଧୋଇଗଲା ଡାଇଭର୍ସନ୍‌ ରୋଡ୍‌

0 125

ଦରିଙ୍ଗବାଡି : ଲଗାଣ ବର୍ଷାରେ ଧୋଇଗଲା ଡାଇଭର୍ସନ୍‌ ରୋଡ୍‌ । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ୫୯ ନଂ ଜାତୀୟ ରାଜପଥ ସିମନବାଡ଼ି ନିକଟ ଡାବୁଲମାହାରେ ନିର୍ମାଣଧୀନ ପୋଲ କଡ଼ରେ ହୋଇଥିଲା ଡାଇଭର୍ସନ୍‌ ରୋଡ୍‌ । ଯାତାୟତ ସ୍ୱାଭାବିକ କରିବାପାଇଁ ମରାମତି କାର୍ଯ୍ୟ ଗତକାଲିଠାରୁ ଜାରି ରହିଛି । କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଗତ ତିନି ଦିନ ଧରି ଲାଗିରହିଥିବା ଲଗାଣ ବର୍ଷାରେ ବେହାଲ କନ୍ଧମାଳ ଜିଲ୍ଲା । ଲଗାଣ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ସେପଟେ ଡାଇଭର୍ସନ୍‌ ରୋଡ଼ ଧୋଇଯିବା ଫଳରେ ଗତକାଲିଠାରୁ ୫୯ ନଂ ଜାତୀୟ ରାଜପଥ ରାସ୍ତାରେ ଦେଇ ଯାତାୟତ କରୁଥିବା ବହୁ ସଂଖ୍ୟକ ଯାନବାହନ ରାସ୍ତାର ଉଭୟ ପାର୍ଶ୍ୱରେ ଅଟକି ରହିଛି । ସେପଟେ ଦୁଇଦିନ ହେଲା ବାଲିଗୁଡ଼ା-ଦାରିଙ୍ଗବାଡ଼ି-ବ୍ରହ୍ମପୁର ମଧ୍ୟରେ ଯାତାୟତ ଠପ୍‌ ହୋଇଯାଇଛି ।

hiranchal ad1
Leave A Reply

Your email address will not be published.

two × five =