ଗୁଣି ଗାରେଡି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା ଅଭିଯୋଗ!

0 122

ଗଞ୍ଜାମ : ଖଲ୍ଲିକୋଟ ଥାନା ଅନ୍ତର୍ଗତ ବାଣିଆ ପଞ୍ଚ଼ାୟତର ବି .ନୂଆପାଲି ଗ୍ରାମରେ ଗୁଣି ଗାରେଡିକୁ ସନ୍ଦେହ କରି ଗ୍ରାମର ଜଣେ ୬୦ ବର୍ଷର ବୃଦ୍ଧଙ୍କୁ ଅତି ନୃଶଂସ ଭାବେ ହତ୍ୟା କରି ମୁଣ୍ଡ ଗଣ୍ଡି ଅଲଗା କରି ଗାତ ଖୋଳି ଏକ ଜଙ୍ଗଲ ପାଦଦେଶରେ ପୋତା ଯାଇଥିବା ଜଣାପଡିଛି । ଏନେଇ ମୃତକଙ୍କ ଭାଇ ଖଲ୍ଲିକୋଟ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାଇ ବି.ନୂଆପାଲି ଗ୍ରାମର ଯୁଧିଷ୍ଠିର ପ୍ରଧାନ ନାମକ ଜଣେ ୬୦ ବର୍ଷର ବୃଦ୍ଧ ଉକ୍ତ ଗ୍ରାମ ନିକଟରେ ଥିବା ଅଲିପୁର ଗ୍ରାମକୁ ଜେରକ୍ସ କରିବା ପାଇଁ ଯାଇ ସାଇକେଲ ଯୋଗେ ନିଜ ଗ୍ରାମକୁ ଫେରୁଥିବା ବେଳେ ଗ୍ରାମ ଠାରୁ ଦୁଇ ସହ ମିଟର ଦୂରରେ ଥିବା ଏକ ଗ୍ରାମ୍ୟ ଜଙ୍ଗଲ ନିକଟରେ ସେହି ଗ୍ରାମର ଆଗରୁ ପ୍ରସ୍ତୁତ ହୋଇ ରହିଥିବା କିଛି ଲୋକ ତାଙ୍କୁ ମାଡ ମାରିବା ସହ ଏକ ଧାରୁଆ ଅସ୍ତ୍ର ସାହାଯ୍ୟରେ ମୁଣ୍ଡରୁ ଗଣ୍ଡି ଅଲଗା କରି କାଟିବା ପରେ ଦୁଇଟି ଗଭୀର ଗତ ଖୋଳି ପୋତି ପକାଇ ଥିବା ଅଭିଯୋଗ ହୋଇଛି ।

hiring

ତେବେ ଯୁଧିଷ୍ଠିରର ସାନ ଭାଇ ଖଲ୍ଲିକୋଟ ଥାନାରେ ଏତଲା ଦେବା ପରେ ଖଲ୍ଲିକୋଟ ଥାନା ପୋଲିସ ଘଟଣା ସ୍ଥଳକୁ ଯାଇ ବିଭିନ୍ନ ସ୍ଥାନ ଛାନଭିନ କରିବା ପରେ ଯୁଧିଷ୍ଠିରକୁ ପୋତାଯାଇଥିବା ସ୍ଥାନ ଠାବ କରୁଥିଲା । ଆଜି ସାଇଣ୍ଟିଫିକ ଟିମ, ସ୍ଥାନୀୟ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମୃତ ଶରୀରକୁ ମାଟି ତଳୁ ବାହାର କରାଯାଇଛି । ସେହି ସ୍ଥାନରେ ମୃତ ଯୁଧିଷ୍ଠିରଙ୍କ ଗାମୁଛା ଚପଲ ଓ ଜେରକ୍ସ କାଗଜ ପଡିଥିବା ବେଳେ ଅଳ୍ପ ଦୂରରେ ସାଇକେଲ ପଡିଥିବା ଦେଖିବାକୁ ମିଳିଛି । ତେବେ ପୋଲିସ ସନ୍ଦେହରେ ଗ୍ରାମର ତିନି ଜଣ ମହିଳା ଓ ଦୁଇ ଜଣ ପୁରୁଷଙ୍କୁ ଥାନାକୁ ଆଣି ପଚରାଉଚରା ଜାରି ରଖିଥିବା ଜଣାପଡିଛି ।

hiranchal ad1
Leave A Reply

Your email address will not be published.

5 × 1 =