ମେଘାଳୟ ସରକାରଙ୍କ ଅଜବ ନିଷ୍ପତ୍ତି. ଲକ୍‌ଡାଉନ୍ ବେଳେ ଖୋଲିଲା ମଦ ଦୋକାନ

0 629

ଶିଲଂ : କରୋନାକୁ ରୋକିବା ପାଇଁ ଦେଶବ୍ୟାପୀ ୨୧ ଦିନିଆ ଲକ୍ ଡାଉନ୍ ସମୟରେ ସମସ୍ତ ପ୍ରକାର କାର୍ଯ୍ୟକଳାପ ବନ୍ଦ ରହିଛି । ଏହି ସମୟରେ ମେଘାଳୟ ସରକାର ଆଜିଠାରୁ ୧୭ ତାରିଖ ପର୍ଯ୍ୟନ୍ତ ମଦ ଦୋକାନ ଏବଂ ବଣ୍ଡ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟ ସରକାର ଦେଇଥିବା ନିର୍ଦ୍ଦେଶନାମା ଅନୁଯାୟୀ ମଦ ଦୋକାନ ଏବଂ ବଣ୍ଡ ଉକ୍ତ ୫ ଦିନ ସକାଳ ୯ଟା ରୁ ୪ଟା ପର୍ଯ୍ୟନ୍ତ ଖୋଲା ରହିବ । ଉଲ୍ଲେଖ୍ୟଯୋଗ୍ୟ ଯେ ରାଜ୍ୟରେ ଏପର୍ଯ୍ୟନ୍ତ କରୋନା ସଂକ୍ରମଣର କୌଣସି ମାମଲା ହୋଇନାହିଁ ।
ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ମଦ ଦୋକାନ ଏବଂ ବଣ୍ଡ ସମ୍ମୁଖରେ ସାମାଜିକ ଦୂରତାର ପାଳନ ବାଧ୍ୟତାମୂଳକ କରାଯାଇଛି । ଯେଉଁମାନେ ମଦ କିଣୁଛନ୍ତି ସେମାନଙ୍କୁ ଦୋକାନ ସମ୍ମୁଖରେ ଛିଡା ହେବାକୁ ପଡ଼ିବ । ଶନିବାର ରାତିରେ ମେଘାଳୟ ସରକାରଙ୍କ ଏକ୍ସାଇଜ୍ ବିଭାଗ ପକ୍ଷରୁ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି । ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ, ପ୍ରତି ପରିବାରରେ କେବଳ ଜଣେ ବ୍ୟକ୍ତି ମଦ ଦୋକାନରେ ମଦ କିଣିବା ପାଇଁ ଘରୁ ବାହାରି ପାରିବେ । ଆପଣ କେବଳ ନିଜ ଅଂଚଳରେ ଥିବା ଦୋକାନଗୁଡିକୁ ଯାଇପାରିବେ । ଅନ୍ୟ ଅଂଚଳରେ ଥିବା ଦୋକାନକୁ ଗଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏକ୍ସାଇଜ୍ ବିଭାଗର ଅଧିକାରୀମାନେ ଦୋକାନ ଉପରେ ନଜର ରଖିବେ ।

hiranchal ad1
Leave A Reply

Your email address will not be published.

10 + 8 =