ବୌଦ୍ଧଜିଲ୍ଲା କ୍ରିକେଟ ଆସୋସିଏସନ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧ଲକ୍ଷ ଟଙ୍କା ପ୍ରଦାନ

0 1,044

ବୈାଦ୍ଧ: କରୋନା ମହାମାରୀର ମୁକାବିଲା ପାଇଁ ରାଜ୍ୟସରକାର ଯେଭଳିଭାବେ ପଦକ୍ଷେପ ଗ୍ରହଣ କରୁଛନ୍ତି ସମଗ୍ର ଦେଶରେ ଉଦାହରଣ ସୃଷ୍ଟି କରିଛି । ଏଥିରେ ସହଯୋଗ କରିବାପାଇଁ ରାଜ୍ୟ ର ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷ ଆଗକୁ ଆସିଛନ୍ତି । କେବଳ କ୍ରିକେଟ ନୁହେଁ ଜନମଙ୍ଗଳ ସାମାଜିକ କାର୍ଯ୍ୟରେ ବୌଦ୍ଧଜିଲ୍ଲା କ୍ରିକେଟ ଆସୋସିଏସନ ପୂର୍ବରୁ ଯେଭଳିଭାବେ ସାମିଲ ହୋଇଆସିଛି ଏହି କରୋନା ଯୁଦ୍ଧରେ ମଧ୍ୟ ସହଯୋଗର ହାତ ବଢାଇଛି ।

hiring

ଆଜି ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୧ଲକ୍ଷ ଟଙ୍କାର ଚେକ୍ ପ୍ରଦାନକରି ଏକ ଜିଲ୍ଲାସ୍ତରୀୟ କ୍ରୀଡାନୁଷ୍ଠାନ ଭାବେ ଉଦାହରଣ ସୃଷ୍ଟି କରିଛି । ଚେକ୍ ପ୍ରଦାନବେଳେ ଜିଲ୍ଲା କ୍ରିକେଟ ଆସୋସିଏସନ ସଭାପତି ଯୁଗଳ କିଶୋର ସାମଲ, ସଂପାଦକ ଲମ୍ବୋଦର ପୁରୋହିତ, କାଉନସିଲ ସଦସ୍ୟ ଦିବ୍ୟରଂଜନ ପଟ୍ଟନାୟକଙ୍କ ସମେତ ଅନେକ ସଦସ୍ୟ ଉପସ୍ଥିତ ରହିଥିଲେ । ଆଗାମୀ ଦିନରେ ଜିଲ୍ଲା କ୍ରିକେଟ ଆସୋସିଏସନ ବୌଦ୍ଧଜିଲ୍ଲା ପ୍ରଶାସନକୁ ବିଭିନ୍ନ କାର୍ଯ୍ୟକ୍ରମରେ ସହଯୋଗ ଜାରିରଖିବ ବୋଲି ଆସୋସିଏସନ ସଭାପତି ଶ୍ରୀ ସାମଲ ସୂଚନା ଦେଇଥିଲେ ।

hiranchal ad1
Leave A Reply

Your email address will not be published.

four × five =