ପ୍ରଶାସନର କଟକଣା ସତ୍ତ୍ୱେ ମେରୁଦଣ୍ଡ ପାଳିଲେ ଦଣ୍ଡୁଆ

0 679

ବୌଦ୍ଧ : ଲକଡାଉନ ଯୋଗୁଁ ଚଳିତ ବର୍ଷ ଦଣ୍ଡୁଆମାନେ ଦଣ୍ଡ ଉଠାଇ ପାରିନଥିଲେ । ଶେଷ ମୁହୂର୍ତ୍ତରେ ଦିନେ/ଦୁଇଦିନ ତଳେ ଦଣ୍ଡ ଉଠାଇ ଆଜି ପଣା ସଂକ୍ରାନ୍ତି ଅବସରରେ ମେରୁ ଯାତ୍ରା କରୁଥିବା ବିଭିନ୍ନ ଶୈବପିଠରେ ଦେଖିବାକୁ ମିଳୁଛି । କେତେକ ଶୈବପୀଠରେ ସାମାଜିକ ଦୂରତା ରକ୍ଷାକରି ମେରୁଯାତ୍ରା କରାଯାଉଥିବା ବେଳେ ଆଉ କେତେକ ଶୈବପିଠରେ ଲକଡାଉନର ଖୋଲାଖୋଲି ଉଲ୍ଲଂଘନ ହେଉଥିବା ଆଜି ସକାଳୁ ଦେଖିବାକୁ ମିଳୁଛି ।

ପ୍ରଶାସନର କଟକଣା ସତ୍ତ୍ୱେ ଶୈବପିଠମାନଙ୍କରେ ଗହଳି ଚହଳି ପରିଲକ୍ଷିତ ହୋଇଥିଲା । କୌଣସି ଶୈବପିଠରେ ପୁଲିସର ଉପସ୍ଥିତି ପରିଲକ୍ଷିତ ହୋଇନଥିଲା । କିଛି ସ୍ଥାନରେ ଦଣ୍ଡୁଆ କିମ୍ବା ଶ୍ରଦ୍ଧାଳୁମାନଙ୍କ ଉପରେ ସାମାଜିକ ଦୂରତା ପାଳନର କୌଣସି ପ୍ରଭାବ ପରିଲକ୍ଷିତ ହେଉନଥିବା ବେଳେ କେତେକ ଶୈବପିଠରେ ଏହାକୁ ଅନୁପାଳନ କରୁଥିବା ଦେଖିବାକୁ ମିଳିଥିଲା ।

hiring

ମେରୁଯାତ୍ରା ସହ ଦଣ୍ଡୁଆ ଓ ଶୈବଭକ୍ତଙ୍କ ସାଂସ୍କୃତିକ ଓ ଆଧ୍ୟାତ୍ମିକ ଭାବଧାରା ସଂଶ୍ଲିଷ୍ଟ ଥିବାରୁ କେହିବି ଏହାର ପ୍ରତିବାଦ କରିବାକୁ ସାହସ କରୁନଥିବା ଦେଖିବାକୁ ମିଳିଥିଲା । ପ୍ରଶାସନ କିମ୍ବା ପୁଲିସ ଲୋକଙ୍କୁ ସଚେତନ କରିବା ପାଇଁ ଆଜି ଶୈବପିଠ ଗୁଡିକରେ ଉପସ୍ଥିତ ରହିବାର ଆବଶ୍ୟକତା ରହିଛି ବୋଲି ସଚେତନ ନାଗରିକମାନଙ୍କ ମଧ୍ୟରେ ମତପ୍ରକାଶ ପାଉଛି ।

hiranchal ad1
Leave A Reply

Your email address will not be published.

nineteen − 6 =