ବନପ୍ରକଳ୍ପରେ ପଡିଛି ଦୁର୍ଘଟଣାଗ୍ରସ୍ତ ଅଜଣା କାର୍‌

0 318

ବୌଦ୍ଧ: ଜାତୀୟ ରାଜପଥ ନଂ ୫୭ ଠାରୁ ପ୍ରାୟ ୨ଶହ ମିଟର ଦୂରରେ ଗିରାସିଙ୍ଗା ଶ୍ରୀଜଗନ୍ନାଥବନ ପ୍ରକଳ୍ପ ନିକଟରେ ଏକ ଦୁର୍ଘଟଣାଗ୍ରସ୍ତ କାର୍ ରଖାଯାଇଥିବା ଆଜି ସକାଳେ ଦେଖିବାକୁ ମିଳିଛି । ନୀଳରଙ୍ଗର କାର୍‌ଟିକୁ ଦୁର୍ଘଟଣାପରେ କେହି ବନପ୍ରକଳ୍ପ ଭିତରକୁ ଆଣି ଛାଡି ଚାଲିଯାଇଥିବା ସନ୍ଦେହ କରାଯାଉଛି । ଦୁର୍ଘଟଣାରେ କାର୍‌ର ସାମ୍ନା ବାମପଟ ଦବିଯାଇଥିବା ଦେଖିବାକୁ ମିଳିଛି । ନମ୍ବରପ୍ଲେଟରେ କାର୍ ନଂଓଆର-୦୫ଜି୧୭୦୭ ଉଲ୍ଲେଖ ରହିଛି । ସକାଳୁ ନିତ୍ୟକର୍ମ ପାଇଁ ଲୋକେ ସାଲୁଙ୍କି ନଦୀକୁ ଆସିଥିବାବେଳେ ଶ୍ରୀଜଗନ୍ନାଥ ବନପ୍ରକଳ୍ପ ମଧ୍ୟରେ କାରଟି ଦୁର୍ଘଟଣାଗ୍ରସ୍ତ ହୋଇ ପଡିରହିବା ସହିତ ପାଖରେ କେହି ନଥିବା ଦେଖିବାକୁ ମିଳିଥିଲା । ପୋଲିସ ତଦନ୍ତକଲେ ଗାଡିଟି କାହାର ଓ କେଉଁ ଉଦ୍ଦେଶ୍ୟରେ କିଏ ଏହାକୁ କାହିଁକି ଛାଡି ଚାଲିଯାଇଛି ସମସ୍ତ ତଥ୍ୟ ଜଣାପଡିବ । ରିପୋର୍ଟ ଲେଖାହେବା ପର୍ଯ୍ୟନ୍ତ କାର୍ ପାଖକୁ କେହି ଆସିନାହାନ୍ତି କି ବୌଦ୍ଧ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପାରିନାହିଁ ।

hiranchal ad1
Leave A Reply

Your email address will not be published.

four × 4 =