ସୁଧୁରୁନି କରୋନା ପରିସ୍ଥିତି : ସୀମା ସିଲ୍ ପାଇଁ ରାଜ୍ୟମାନଙ୍କୁ କେନ୍ଦ୍ରର ନିର୍ଦ୍ଦେଶ

0 635

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ତାହା ସରକାରଙ୍କ ଚିନ୍ତା ବଢାଇ ଦେଇଛି । ବୁଲା ଶ୍ରମିକ ଏବଂ ସେହି ଶ୍ରେଣୀର ଅନ୍ୟଲୋକମାନେ ନିଜ ରାଜ୍ୟକୁ ଫେରିଯିବା ପାଇଁ ଉଦ୍ୟମ କରୁଥିବାରୁ ସଂକ୍ରମଣ ବୃଦ୍ଧି ପାଇବା ଆଶଙ୍କା ସୃଷ୍ଟି ହେଉଛି । ଏହାକୁ ଆଖି ଆଗରେ ରଖି କେନ୍ଦ୍ର ସରକାର ସୀମାସିଲ୍ କରିବା ଦେବା ଲାଗି ରାଜ୍ୟମାନଙ୍କୁ ଆଜି ନିର୍ଦ୍ଦେଶ ଦେଇଛନ୍ତି । ଦିଲ୍ଲୀରେ ଗତକାଲି ଶ୍ରମିକମାନେ ଲକଡାଉନ ଭାଙ୍ଗି ଯେଭଳି ପରିସ୍ଥିତି ସୃଷ୍ଟିକଲେ ତାହା ଅତ୍ୟନ୍ତ ସାଂଘାତିକ ଥିଲା । ଦିଲ୍ଲୀରେ ଥିବା ବିଭିନ୍ନ ରାଜ୍ୟର ଶ୍ରମିକମାନେ ସେମାନଙ୍କ ଗାଁକୁ ଫେରିଯିବା ପାଇଁ ବସଷ୍ଟାଣ୍ଡରେ ହଜାର ହଜାର ସଂଖ୍ୟାରେ ଜମା ହୋଇଥିଲେ । ସେହିପରି ଅନ୍ୟ ରାଜ୍ୟଗୁଡିକରେ ଥିବା ବାହାର ରାଜ୍ୟର ଶ୍ରମିକମାନେ ଫେରିଯିବାକୁ ଉଦ୍ୟମ କରୁଛନ୍ତି । ବହୁତ ଲୋକ ଚାଲିଚାଲି ମଧ୍ୟ୍ ନିଜ ରାଜ୍ୟକୁ ପଳାଉଛନ୍ତି । ଏହାକୁ ରୋକିବା ପାଇଁ ସୀମାସିଲ୍ କରିବା ନିମନ୍ତେ ସରକାର ରାଜ୍ୟ ସରକାରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହାକୁ କଡାକଡି ଭାବେ ପାଳନ କରିବାକୁ କହିଛନ୍ତି । ରାଜ୍ୟଗୁଡିକରେ ଯେଉଁସବୁ ବାହାର ରାଜ୍ୟ ଶ୍ରମିକ ଅଛନ୍ତି, ସେମାନଙ୍କୁ ସେଣ୍ଟର ହୋମରେ ରଖିବା ଲାଗି କୁହାଯାଇଛି । କୌଣସି ଶ୍ରମିକ ଯେପରି ସୀମା ଅତିକ୍ରମ ନ କରନ୍ତି, ସେଥିପ୍ରତି ସତର୍କ ଦୃଷ୍ଟି ଦେବାକୁ କଡା ନିର୍ଦ୍ଦେଶ ଦିଆଯାଇଛି । କେନ୍ଦ୍ରଶାସିତ ଅଂଚଳଗୁଡିକର ପ୍ରଶାସନକୁ ମଧ୍ୟ ଏଭଳି ନିର୍ଦ୍ଦେଶ ଦିଆଯାଇଛି ।

hiranchal ad1
Leave A Reply

Your email address will not be published.

12 − 3 =