ଆଉ ୮ ୟୁ-ଟ୍ୟୁବ୍‌ ଚ୍ୟାନେଲ ବ୍ଲକ କଲେ ସରକାର

0 234

ନୂଆଦିଲ୍ଲୀ: କେନ୍ଦ୍ର ସରକାର ପୁଣି ୟୁ-ଟ୍ୟୁବ ଚାନେଲ ଉପରେ କଡ଼ା ପ୍ରହ÷ାର କରିଚନ୍ତି । ଏକାବେଳକେ ୮ଟି ଚାନେଲକୁ ସରକାର ବନ୍ଦ କରିଦେଇଛନ୍ତି । ତା ମଧ୍ୟରେ ରହିଛି ୭ଟି ଭାରତୀୟ ଓ ଗୋଟିଏ ପାକିସ୍ତାନୀ ୟୁଟ୍ୟୁବ୍‌ ଚାନେଲ । ଏହି ଚାନେଲ ଗୁଡିକରେ ଭାରତ ବିରୋଧୀ ମିଥ୍ୟା ଖବର ପରିବେଶଣ କରାଯାଉଥିଲା । ଏହି ନିଷିଦ୍ଧ ଚାନେଲ ଗୁଡିକର ୮୫ ଲକ୍ଷ ସବସ୍କ୍ରାଇବର ଥିଲେ । ଏକ ପ୍ରେସ ବିବୃତିରେ ଏହି ସୂଚନା ଦେଇଛି ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ । ଗତ ଏପ୍ରିଲ ମାସରେ ସରକାର ୧୬ଟି ୟୁଟ୍ୟୁବ୍‌ ଚାନେଲ ବନ୍ଦ କରିଥିଲେ । ସେଥରୁ ୬ଟି ପାକିସ୍ତାନରୁ ଅପରେଟିଂ ହେଉଥିଲା । ସେଥିରେ ଭାରତ ବିରୋଧୀ ତଥ୍ୟ ଗୁଡିକ ପ୍ରସାରଣ ହେଉଥିଲା । ବାକି ୧୦ଟି ନ୍ୟୁଜ ଚେନେଲ ଭାରତର ଥିଲା । ଦେଶର ରାଷ୍ଟ୍ରୀୟ ସୁରକ୍ଷା, ବୈଦେଶିକ ବ୍ୟାପାର ଏବଂ ସାମ୍ପ୍ରଦାୟିକ ଏକତାକୁ ବିଗାଡିବା ପାଇଁ ଉଦ୍ୟମ ହୋଇଥିଲା । ଆଇଟି ନିୟମ ୨୦୨୧ ଅନୁଯାୟୀ, ଭାରତ ସରକାର ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ବନ୍ଦ କରାଯାଇଥିବା ଚ୍ୟାନେଲ୍‌ ଭାରତୀୟ ସୈନ୍ୟ, ଜମ୍ମୁ କାଶ୍ମୀର ଭଳି ବିଭିନ୍ନ ପ୍ରସଙ୍ଗକୁ ଅତିରଞ୍ଜିତ କରି ମିଛ ଖବର ପ୍ରସାରଣ କରୁଥିଲା । ଏପରିକି ପାକିସ୍ତାନ ପ୍ରାୟୋଜିତ ଏକାଧିକ ଚ୍ୟାନେଲ୍‌ ସୋସିଆଲ୍‌ ମିଡିଆରେ ଭାରତ ବିରୋଧୀ ପୋଷ୍ଟ କରୁଥିଲେ । ୟୁକ୍ରେନ୍‌ ଯୁଦ୍ଧକୁ ନେଇ ଭାରତର ବୈଦେଶିକ ସମ୍ପର୍କ ଖରାପ କରିବା ଉଦ୍ଦେଶ୍ୟରେ କରୁଥିଲେ ମିଥ୍ୟା ଖବର ପ୍ରସାରଣ । ଏଥିରେ ସେମାନେ ବିଭିନ୍ନ ଲୋକପ୍ରିୟ ଟିଭି ନ୍ୟୁଜ୍‌ ଚାନେଲର ଲୋଗୋ ସହ ପ୍ଲେଟ୍‌ ବ୍ୟବହାର କରୁଥିଲେ ।

hiranchal ad1
Leave A Reply

Your email address will not be published.

6 − four =