ଉତ୍ତରାଖଣ୍ଡ ରାଜ୍ୟପାଳ ହେବେ ଗୁରମୀତ ସିଂହ, ପଞ୍ଜାବ ଦାୟିତ୍ୱରେ ରହିବେ ବନଓ୍ୱାରୀ ଲାଲ ପୁରୋହିତ

0 492

ନୂଆଦିଲ୍ଲୀ : ଉତ୍ତରାଖଣ୍ଡର ରାଜ୍ୟପାଳ ପଦରୁ ବେବୀ ରାନୀ ମୌର୍ଯ୍ୟ ଗତ ୮ ତାରିଖରେ ଇସ୍ତଫା ଦେଇଥିଲେ। ଗୁରୁବାର ତାଙ୍କ ସ୍ଥାନରେ ଅବସରପ୍ରାପ୍ତ ଲେଫନାଣ୍ଟ ଜେନେରାଲ (ଅବସରପ୍ରାପ୍ତ) ଗୁରମୀତ ସିଂହଙ୍କୁ ନୂତନ ରାଜ୍ୟପାଳ ଭାବରେ ନିଯୁକ୍ତି କରାଯାଇଛି । ଏହା ବ୍ୟତୀତ ତାମିଲନାଡୁର ରାଜ୍ୟପାଳ ବନୱାରୀ ଲାଲ ପୁରୋହିତଙ୍କୁ ପଂଜାବ ଗଭର୍ଣ୍ଣର କରାଯାଇଛି । ସେହିଭଳି ଆରଏନ୍ ରବିକୁ ତାମିଲନାଡୁ ରାଜ୍ୟପାଳ ଭାବେ ଅବସ୍ଥାପିତ କରାଯାଇଛି । ରାଷ୍ଟ୍ରପତି ଭବନ ପକ୍ଷରୁ ଜାରି ଏକ ଆଦେଶରେ ଉପରୋକ୍ତ ରାଜ୍ୟପାଳ ଗୁଡ଼ିକର ନାମ ଘୋଷଣା କରାଯାଇଛି । ଆସାମର ରାଜ୍ୟପାଳ ଜଗଦୀଶ ମୁଖୀଙ୍କୁ ନାଗାଲାଣ୍ଡର ରାଜ୍ୟପାଳର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ଅବସରପ୍ରାପ୍ତ ଲେଫନାଣ୍ଟ ଜେନେରାଲ ଗୁରୁମୀତ ସିଂହ ଡେପୁଟି ଚିଫ ଅଫ ଆର୍ମି କର୍ମଚାରୀ ଭାବେ କାମ କରିସାରିଛନ୍ତି । ସେ ୨ଟି ବିଶ୍ୱବିଦ୍ୟାଳୟରୁ ଏମ୍‌ଫିଲ ଡିଗ୍ରୀ ହାସଲ କରିଛନ୍ତି । ଅନେକ ପଦକ ସହିତ ସମ୍ମାନିତ ଅଧିକାରୀ, ଲେଫନାଣ୍ଟ ଜେନେରାଲ ସିଂହ ପାଖପାଖି ୪ ଦଶନ୍ଧି ଧରି ଭାରତୀୟ ସେନାରେ ସେବା ପ୍ରଦାନ କରିଛନ୍ତି । ସେ ନିଜର ସେବା କାଳରେ ସେ ଉପପ୍ରମୁଖ, ସହାୟକ ଜେନେରାଲ ଏବଂ କଶ୍ୱୀରରେ ନିୟନ୍ତ୍ରଣ ରେଖା ଉପର ନଜର ରଖୁଥିବା ୧୫ତମ କୋରର କମାଣ୍ଡର ଥିଲେ । ସେ ସେନା ପରିଚାଳନାର ଅତିରିକ୍ତ ମହାନିର୍ଦ୍ଦେଶକ ଭାବେ ମଧ୍ୟ କାମ କରିଥିଲେ । 

hiranchal ad1
Leave A Reply

Your email address will not be published.

1 × four =