ଲକ୍‌ଡାଉନ୍ ଅବଧି ବୃଦ୍ଧି ନେଇ ଲୋକଙ୍କୁ ଏପରି ପରାମର୍ଶ ଦେଲେ ସୋନିଆ

0 635

ନୂଆଦିଲ୍ଲୀ : ଆଜି ଦିନ ୧୦ଟା ବେଳେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶ ଉଦ୍ଦେଶ୍ୟରେ ଉଦ୍‌ବୋଧନ ଦେଇ ପ୍ରଥମ ଲକ୍‌ଡାଉନ୍ ଅବଧି ଆସନ୍ତାକାଲି ଶେଷ ହୋଇଯାଉଥିବାରୁ ଏହାକୁ ପୁଣି ମଇ ୩ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଏହି ଲକ୍‌ଡାଉନ୍ ସମୟରେ ଦେଶର ସମସ୍ତ ଜନସାଧାରଣ ବହୁ ଅସୁବିଧାର ସମ୍ମୁଖୀନ ମଧ୍ୟ ହେଉଛନ୍ତି । ଏଥିରେ ପ୍ରଧାନମନ୍ତ୍ରୀ ନିଜେ ହିଁ ଦୁଃଖ ପ୍ରକାଶ କରିଛନ୍ତି । ଏହି ଲକ୍‌ଡାଉନ୍ ଅବଧି ବୃଦ୍ଧିରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସ୍ୱାଗତ କରିବା ସହିତ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ଦେଇଥିବା ନିୟମକୁ ମାନି ଚଳିବା ପାଇଁ ପ୍ରବର୍ତ୍ତାଇଛନ୍ତି । ସେ କହିଛନ୍ତି ଯେ, ଏହି ଲକ୍‌ଡାଉନ୍ ସମୟରେ ସମସ୍ତ ରାଜ୍ୟ ସରକାରମାନେ ବହୁମାତ୍ରାରେ ପରିଶ୍ରମ କରି ନିଜ ନିଜ ରାଜ୍ୟରେ ଲୋକମାନଙ୍କୁ କିପରି ଘରୁ ବାହାରକୁ ନବାହରିବେ ସେଥିପ୍ରତି ଦୃଷ୍ଟି ଦେଉଛନ୍ତି । ଏଥିପ୍ରତି ପୋଲିସ୍ କର୍ମଚାରୀମାନଙ୍କୁ ମଧ୍ୟ ବଧାଇ ଜଣାଇଛନ୍ତି ।

hiranchal ad1
Leave A Reply

Your email address will not be published.

fifteen − nine =