ପଣାଖାଇ ୨୬ ଅସୁସ୍ଥ

0 104

ଭଣ୍ଡାରିପୋଖରୀ: ଭଣ୍ଡାରିପୋଖରୀ ବ୍ଲକର ନିର୍ଗୁଣ୍ଡି ପଞ୍ଚାୟତ ଅନ୍ତର୍ଗତ ପିରିପୁର ମହୁରା ଗ୍ରାମରେ ସୋମବାର ପଣା ଖାଇ ୨୬ଜଣ ଅସୁସ୍ଥ ହୋଇ ଭଣ୍ଡାରିପୋରୀ ମେଡିକାଲରେ ଚିକିତ୍ସିତ ହେଉଥିବା ଜଣାଯାଇଛି । ଗ୍ରାମର ବୁଢିଜାଗୁଳାଇ ମନ୍ଦିରରେ ପଣାସଂକ୍ରାନ୍ତୀ ପାଳନ ଅବସରରେ ଗ୍ରାମବାସୀମାନେ ପୂଜାର୍ଚ୍ଚନା କରି ଦିନ ପ୍ରାୟ ୧୧ଟା ସମୟରେ ପଣା ଖାଇଥିଲେ । ଦୁଇଘଣ୍ଟା ପରେ ସେମାନଙ୍କର ମୁଣ୍ଡଘରାଇବା ସାଙ୍ଗକୁ ବାନ୍ତି ହୋଇଥିଲା । ମେଡିକାଲକୁ ସୂଚନା ଦିଆଯିବା ମାତ୍ରେ ଆମ୍‌ୁଲାନ୍ସ ଯୋଗେ ଆକ୍ରାନ୍ତଙ୍କୁ ଡାକ୍ତରଖାନାକୁ ଅଣାଯାଇ ଚିକିତ୍ସା କରାଯାଇଥିଲା । ଆକ୍ରାନ୍ତଙ୍କ ମଧ୍ୟରେ ୧୮ଜଣ ଶିଶୁ ଓ ଅଠ ଜଣ ବୟସ୍କବ୍ୟକ୍ତି ଥିବା ଜଣାଯାଇଛି । ସେମାନଙ୍କ ମଧ୍ୟରୁ ତିନିଜଣଙ୍କୁ ସାଭଲାଇନ ଦିଆଯାଇଛି । ଅନ୍ୟମାନେ ସୁସ୍ଥ ହେଉଥିବା ଜଣାଯାଇଛି । ଖବର ପାଇଁ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ମଧୁସୂଦନ ଦାସ, ତହସିଲଦାର ମୃତ୍ୟୁଞ୍ଜୟ ଭୂୟାଁ, ମେଡିକାଲ ଅଫିସର କମଳାକାନ୍ତ ସ୍ୱାଇଁ ଓ ପୁଲିସ ଗ୍ରାମକୁ ଯାଇ ପରିସ୍ଥିତି ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି । ଲକଡାଉନ ଥିବା ସମୟରେ ମନ୍ଦିରରେ ବହୁ ଲୋକ ଏକତ୍ର ହେବା ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ଆଲୋଚନା ହେଉଛି । ତେବେ ଏହି ଘଟଣାରେ ଭଣ୍ଡାରିପୋଖରୀ ଥାନା ପୋଲିସ ୫ ଜଣକୁ ଅଟକ ରଖିଥିବାର ସୂଚନା ମିଳିଛି l

hiranchal ad1
Leave A Reply

Your email address will not be published.

twenty − 2 =