ପୋଲିସ୍ ପକ୍ଷରୁ ବାଲିଗୁଡ଼ାରେ ଜରୁରୀକାଳୀନ ଅଟୋସେବା ଆରମ୍ଭ : ସେବା ଯୋଗାଇବାକୁ ୧୦ଟି ଅଟୋକୁ ମିଳିଲା ମଞ୍ଜୁରୀ

0 730

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସ୍ ର ନୁଆ ପଦକ୍ଷେପ । ମହାମାରୀ କୋରନା ଯୋଗୁଁ ସାରା ରାଜ୍ୟରେ ଲକ୍ ଡାଉନ୍ ଯାରି ହୋଇଥିବାବେଳେ ଗାଡ଼ି ଚଳାଚଳ ଠପ୍ ହୋଇଯାଇଛି । ଏଭଳି ପରିସ୍ଥିତିରେ ଜରୁରୀ କାଳୀନ ସେବା ଯୋଗାଇବାକୁ ଜରୁରୀ ଅଟୋ ସେବାର ଆରମ୍ଭ କରିଛି ବାଲିଗୁଡ଼ା ପୋଲିସ୍ । ଏସଡିପିଓ ମାନସ ରଞ୍ଜନ ବାରିକ୍ ଓ ଆଇଆଇସି ପ୍ରଶାନ୍ତ କୁମାର ବେହେରା ଅଟୋ ମହାସଙ୍ଘ ସହ ଆଲୋଚନା କରି ଏହି କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ୧୦ଟି ଅଟୋକୁ ସେବା ଯୋଗାଇବାକୁ ଅନୁମତି ପ୍ରଦାନ କରାଯାଇଛି ପୋଲିସ୍ ପକ୍ଷରୁ, ଏଥିସହିତ ଯୋଗାଯୋଗ ପାଇଁ ଦୁଇଟି ମୋବାଇଲ୍ ନମ୍ବର୍ ମଧ୍ୟ ମାରି କରାଯାଇଛି ।

hiring

ଯୋଗାଯୋଗ ପାଇଁ ଗୋଟିଏ ନଂ-6372426762 ଅଟୋ ସଂଘର ସଭାପତିଙ୍କର ଓ ଅନ୍ୟଟି 8249239884 ବାଲିଗୁଡ଼ା ପୋଲିସ୍ ପକ୍ଷରୁ ଯାରି କରାଯାଇଛି । ଏହି ସବୁ ଅଟୋ କେବଳ ଡାକ୍ତରଖାନାକୁ ରୋଗୀ ନେବା ଆଣିବା କାର୍ଯ୍ୟରେ ନିୟୋଜନ ରହିବେ । ବାଲିଗୁଡ଼ା ଉପଖଣ୍ଡର ବିଭିନ୍ନ ଅଞ୍ଚଳରୁ ରୋଗୀଙ୍କୁ ଡାକ୍ତରଖାନା କୁ ନେବା ଆଣିବା କରିବେ ଏହିସବୁ ଅଟୋ । ଡ୍ରାଇଭର କୁ ମିଶାଇ ତିନିଜଣ ହଁ ଅଟୋରେ ଯାତ୍ରା କରିପାରିବେ । ଦୂରତା ଅନୁଯାୟୀ ପୁର୍ବରୁ ସଙ୍ଘର ଯାହା ଭଡ଼ା ଧାର୍ଯ୍ୟ ହୋଇଥିଲା ସେହି ଭଡ଼ା ଅନୁସାରେ ହିଁ ରୋଗୀଙ୍କୁ ନେବା ଆଣିବା କରିବାକୁ ଅଟୋ ଚାଳକଙ୍କୁ ପରାମର୍ଶ ଦେଇଛନ୍ତି ବାଲିଗୁଡ଼ା ଏସଡିପିଓ । ସେପଟେ ଲକ୍ ଡାଉନ୍ ଯୋଗୁଁ ଦୀର୍ଘଦିନ ଧରି ଅଟୋ ଚଳାଚଳ ବନ୍ଦ ରହିଥିଲା । ବାଲିଗୁଡ଼ା ପୋଲିସ୍ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଥିବାରୁ ଆମେ ଦି ପଇସା ରୋଜଗାର କରିବା ସହ ଲୋକଙ୍କୁ ସେବା ଯୋଗାଇ ପାରିବୁ ବୋଲି କହିଛନ୍ତି ଅଟୋ ସଂଘର ସଭାପତି ତାପସ କୁମାର ନାୟକ ।

hiranchal ad1
Leave A Reply

Your email address will not be published.

thirteen + 7 =