ରାଜ୍ୟରେ ଆଉ ଜଣେ କରୋନା ପଜେଟିଭ ଚିହ୍ନଟ, ସଂଖ୍ୟା ୫୬କୁ ବୃଦ୍ଧି

0 121

ଭୁବନେଶ୍ୱର : ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁଯାୟୀ ରାଜ୍ୟରେ ଆଉ ଜଣେ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ନୂଆ ପଜେଟିଭକୁ ମିଶାଇ ରୋଗୀ ସଂଖ୍ୟା ୫୬କୁ ବୃଦ୍ଧି ପାଇଛି । ତେବେ ନୂଆ ରୋଗୀ କେଉଁ ଅଂଚଳର ତାଙ୍କ ସଂପର୍କରେ ସବିଶେଷ ସୂଚନା ସରକାରଙ୍କୁ ପକ୍ଷରୁ ଦିଆଯାଇନାହିଁ । ମିଳିଥିବା ସୂଚନା ଅନୁଯାୟୀ ନୂଆ କେସକୁ ମିଶାଇ ଏବେ ଆକ୍ଟିଭ୍ କେସ୍ ୩୭ରେ ପହଞ୍ଚିଛି । ଗତକାଲି ୪୭୩୪ଟି ନମୂନା ପରୀକ୍ଷା ହୋଇଛି । କେବଳ ଗତକାଲି ୫୬୪ଟି ନମୂନା ପରୀକ୍ଷା କରାଯାଇଥିବା ବେଳେ ସେଥିରୁ ୪୩୪ଟି ନେଗେଟିଭ ରହିଛି । ତେବେ ଏପର୍ଯ୍ୟନ୍ତ ଜଣେ କରୋନାରେ ମୃତ୍ୟୁବରଣ କରିଥିବା ବେଳେ ୩୭ଜଣ ଚିକିତ୍ସାଧୀନ ଅଛନ୍ତି । ୧୮ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

hiranchal ad1
Leave A Reply

Your email address will not be published.

fifteen − six =