ଦେଶରେ ଲକଡାଉନ ଦ୍ୱିତୀୟ ଅବଧି ମଇ ୩କୁ ବୃଦ୍ଧି

0 141

ଭୁବନେଶ୍ୱର : ଦେଶରେ ଆସନ୍ତା ମଇ ୩ ତାରିଖ ପର୍ଯ୍ୟନ୍ତ ଲକଡାଉନ ଅବଧି ବୃଦ୍ଧି କରା ଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପୂର୍ବାହ୍ନ ୧୦ଟାରେ ଦେଶବାସୀଙ୍କୁ କରୋନା ମହାମାରୀର ଭୟାବହତା ଓ ପ୍ରତିକାର ସଂପର୍କରେ ସମ୍ବୋଧନ କରିବା ଅବସରରେ ସେ ଏହା ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି ଦେଶର ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ପ୍ରସ୍ତାବ ଓ ସାଧାରଣ ନାଗରିକଙ୍କଠାରୁ ଯେଉଁ ପ୍ରସ୍ତାବ ମିଳିଥିଲା ତାକୁ ଆଖି ଆଗରେ ରଖି ଏପରି ନିଷ୍ପତ୍ତି ନେବାକୁ ପଡିଛି । ପୂର୍ବପରି ଦ୍ୱିତୀୟ ଅବଧିର ଏହି ନିୟମ କଠୋର ହେବ । ବିଶେଷକରି ଆସନ୍ତା ଅପ୍ରେଲ ୨୦ ତାରିଖ ଯାଏଁ ଏହାକୁ ଅତି କଠୋର ଭାବରେ ପାଳନ କରାଯିବ । ସବୁ ଥାନା ପୁଲିସ ଷ୍ଟେସନରେ ପରିସ୍ଥିତିର ତନହତନହ ଆକଳନ କରାଯାଇ ଅବଧି ଆଉ ବୃଦ୍ଧି ହେବ କି ନା ସେ ସଂପର୍କରେ ପରୀକ୍ଷା ନିରୀକ୍ଷା କରାଯିବ । ଯେଉଁ ଅଂଚଳରେ ହସ୍ପପଟ୍ ହାଉ ବଢିବନି, ସେଠାରେ ଅପ୍ରେଲ ୨୦ ପରେ କିଛି ଜରୁରୀ ଗତିବିଧି ପାଇଁ ଅନୁମତି ଦିଆଯାଇପାରେ । ତେବେ ବାହାରକୁ ବାହାରିବାର ନିୟମ ଅତ୍ୟନ୍ତ କଠୋର ରହିବ । ସେ ଚେତାଇ ଦେଇ କହିଛନ୍ତି ଯେ, ଯଦି କୌଣସି ଅଂଚଳରେ ପୁଣି କରୋନାର ପାଦ ପଡେ ତେବେ ସେଠାରେ ଆହୁରି କଠୋର ଲକଡାଉନ ନିୟମ କାର୍ଯ୍ୟକାରୀ ହେବ । ଏହି ଅବସରରେ ମୋଦି କହିଛନ୍ତି ଦେଶବାସୀ ଅତି ସଂଯମତାର ସହିତ ଏହି ଲକଡାଉନ ନିୟମକୁ ପାଳନ କରିଥିବାରୁ ଦେଶ ଆଜି ଅନ୍ୟ ଦେଶ ତୁଳନାରେ ଅତି ଭଲ ସ୍ଥିତିରେ ରହିଛି । ଏଥିପାଇଁ ସେ ଦେଶବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।

hiring

ମୋଦି କହିଛନ୍ତି ଆମେ ୨୧ ଦିନର ଲକଡାଉନ ଘୋଷଣା କରିଥିଲୁ । ସେହି ଭିତରେ ଆମେ ଏକ ସଂକଟଜନକ ସ୍ଥିତିକୁ ଟାଳି ଦେବାରେ ସମର୍ଥ ହେଇଛୁ । ଦୁନିଆର ବଡବଡ ଶକ୍ତିଶାଳୀ ଦେଶଗୁଡିକ କରୋନାର ଯେଉଁ ସ୍ଥିତି ରଚନା କରିଛନ୍ତି ତାହା ତୁଳନାରେ ଆମେ ଭଳରେ ଅଛେ । ସମୟୋଚିତ ପଦକ୍ଷେପ ନ ନେଇଥିଲେ ଭାରତ ଭଳି ଗ୍ରାମବହୁଳ ଦେଶରେ ଆଜି ସ୍ଥିତି କ\’ଣ ହୋଇଥାନ୍ତା ତାହା ଭାବିବା ମାତ୍ରେ ଲୋମଟାଙ୍କୁରି ଉଠୁଛି । ଏହି ଅବସରରେ ମୋଦି ରାଜ୍ୟ ସରକାର ଓ ସ୍ୱୟତ୍ତ ସଂସ୍ଥାମାନେ ଦାୟିତ୍ୱବାନ ହୋଇ କାମ କରିଥିବାରୁ ଦେଶର ସରକାରଙ୍କ ସହିତ ସାମିଲ ହୋଇ ଉଦ୍ୟମ ଜାରି ରଖିଥିବାରୁ ପ୍ରଶଂସା କରିଥିଲେ । ସେ କହିଥିଲେ ମୁଁ ରାଜ୍ୟମାନଙ୍କ ସହିତ ନିରନ୍ତର ସଂପର୍କରେ ଅଛି । ଏଣୁ ଆପଣ ଧୈର୍ଯ୍ୟର ସହିତ ଲକଡାଉନର ନିୟମ ମାନନ୍ତୁ ଓ ଘରେ ରୁହନ୍ତୁ । ତେବେ ଯାଇ ଆମେ କରୋନାକୁ ଜିତିବା ।

hiranchal ad1
Leave A Reply

Your email address will not be published.

15 − 13 =