ଘାଟିରୁ ଖସିଲା ବସ୍‌, ୮ ମୃତ

0 168

ଶ୍ରୀନଗର : ଗୁରୁବାର ଦିନ ଜାମ୍ମୁ କାଶ୍ମୀରର ଦୋଡା ଠାରେ ଏକ ବଡଧରଣର଼ ଦୁର୍ଘଟଣା ଘଟିଛି । ଥାଥ୍ରିରୁ ଦୋଡା ଯାଉଥିବା ଏକ ମିନି ବସ୍‌ ଘାଟିରୁ ଖସିପଡିଛି । ଏହି ଦୁର୍ଘଟଣାରେ ୮ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଚାଲିଛି । କେନ୍ଦ୍ର ମନ୍ତ୍ରୀ ଡ. ଜିତେନ୍ଦ୍ର ସିଂ କହିଛନ୍ତି ଯେ ମୁଁ ଦୋଡା ଡିସି ବିକାଶ ଶର୍ମାଙ୍କ ସହ କଥା ହୋଇଛି । ଆହତମାନଙ୍କୁ ଜିଏମସି ଦୋଡାକୁ ସ୍ଥାନାନ୍ତର କରାଯାଇଛି । ଶ୍ରୀ ସିଂ କହିଛନ୍ତି ଯେ, ଉଦ୍ଧାର ପାଇଁ ସମସ୍ତ ପ୍ରକାର ସାହାଯ୍ୟ ଯୋଗାଇ ଦିଆଯିବ ।

hiranchal ad1
Leave A Reply

Your email address will not be published.

4 × four =