ଗରିବଙ୍କୁ ୫ମାସ ଯାଏଁ ମିଳିବ ମାଗଣାରେ ରାସନ :ମୋଦି

0 134

ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀ ଓ ଲକ୍ଡାଉନ୍ ଯୋଗୁଁ ବହୁ ଗରିବ ଲୋକ ତଥା ଶ୍ରମିକ ରୋଜଗାର କ୍ଷେତ୍ରରେ ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଛନ୍ତି । ଏବେ ଅନ୍ଲକ୍ ପର୍ଯ୍ୟାୟ ଚାଲିଥିଲେ ମଧ୍ୟ ଲକ୍ଡାଉନ୍ ବେଳେ ଅସଂଖ୍ୟ ଲୋକ ଜୀବିକା ହରାଇଥିଲେ । ଏପରିକି ବହୁ ଗରିବ ଶ୍ରେଣୀର ଲୋକ କଳକାରଖାନା ଓ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ହୋଇଯିବା ଯୋଗୁଁ ଆର୍ଥିକ ସଂକଟର ସମ୍ମୁଖୀନ ହୋଇଥିଲେ । ଏପରିକି ଦୁଇ ଓଳି ଖାଇବା ମଧ୍ୟ ସମ୍ଭବ ହୋଇନଥିଲା । ଏପରି ସମୟରେ କେନ୍ଦ୍ର ସରକାର ସେମାନଙ୍କ ପାଇଁ କେତେକ ସ୍ୱତନ୍ତ୍ର ବ୍ୟବସ୍ଥା ଘୋଷଣା କରି ତାହାକୁ କାର୍ଯ୍ୟକାରୀ କରିଛନ୍ତି । ଏବେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ସରକାର ଆସନ୍ତା ନଭେମ୍ବର ମାସ ପର୍ଯ୍ୟନ୍ତ ବଢ଼ାଇଦେଇଛନ୍ତି । ଅର୍ଥାତ୍ ଆସନ୍ତା ପାଞ୍ଚ ମାସ ପର୍ଯ୍ୟନ୍ତ ଗରିବ ଲୋକମାନେ ଏହି ଯୋଜନାରେ ମାଗଣାରେ ରାସନ ସାମଗ୍ରୀ ପାଇପାରିବେ । ଆଜି ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧିତ କରିବା ଅବସରରେ ଏହା ଘୋଷଣା କରିଛନ୍ତି ।
ମୋଦି କହିଛନ୍ତି, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ଆସନ୍ତା ନଭେମ୍ବର ମାସ ଯାଏ ବୃଦ୍ଧି କରାଯାଉଛି । ଏହାର ଅର୍ଥ ୮୦ କୋଟି ଲୋକଙ୍କୁ ନଭେମ୍ବର ଶେଷ ଯାଏ ମାଗଣା ରାସନ ସାମଗ୍ରୀ ମିଳିବ । ଏଥିପାଇଁ ଅତିରିକ୍ତ ୯୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ । ମୋଟ ଉପରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ପାଇଁ ୧.୫ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରାଯିବ ।
ଆଗକୁ ବର୍ଷା ଋତୁରେ ପର୍ବପର୍ବାଣି ଆସୁଛି । ତେଣୁ ଲୋକଙ୍କ ଖର୍ଚ୍ଚ ବି ବଢ଼ିବ । ତେଣୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ନଭେମ୍ବର ଯାଏ ଚାଲିବ । ୮୦ କୋଟି ଲୋକଙ୍କୁ ନଭେମ୍ବର ଶେଷ ଯାଏ ମାସକୁ ୫ କେଜି ଚାଉଳ କିମ୍ବା ଗହମ ମିଳିବ । ସେହିପରି ପ୍ରତି ପରିବାରକୁ ୧ କେଜି ଡାଲି ବି ମାଗଣାରେ ମିଳିବ । ଚାଷୀ ଓ ଟିକସଦାତାଙ୍କ ପାଇଁ ଗରିବଙ୍କୁ ଅନ୍ନ ଦିଆଯାଇ ପାରୁଛି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅଧୀନରେ ୨୦ ହଜାର ଜନଧନ ଆକାଉଣ୍ଟକୁ ୩୧ ହଜାର କୋଟି ଟଙ୍କା ଯାଇଛି । ସରକାର ସର୍ବଦା ଗରିବଙ୍କ ପାଇଁ କାମ କରୁଛନ୍ତି । ଏଥିପାଇଁ ଅନେକ ଯୋଜନା ପ୍ରଣୟନ କରିଛନ୍ତି ବୋଲି ମୋଦି କହିଛନ୍ତି ।ମାର୍ଚ୍ଚ ୨୬ରେ ମୋଦି ସରକାର ଗରିବ କଲ୍ୟାଣ ଅନ୍ନ ଯୋଜନା ଅନୁସାରେ ଆସନ୍ତା ୩ ମାସ ଯାଏ ପରିବାରରେ ମୁଣ୍ଡ ପିଛା ମାଗଣା ୫ କେଜି ଲେଖାଏ ଚାଉଳ କିମ୍ବା ଗହମ ମିଳିବ ବୋଲି କହିଥିଲେ । ସେହିପରି ଘର ପିଛା ୧ କେଜି ଡାଲି ଯୋଗାଇ ଦିଆଯିବ ବୋଲି ଘୋଷଣା କରିଥିଲେ । ତେବେ ଅନଲକ-୧ ପରଠାରୁ ଅନେକ ଲୋକ ଅବହେଳା କରୁଥିବା ଦେଖିବାକୁ ମିଳୁଛି । ଲକଡାଉନ ଆରମ୍ଭରୁ ଆମେ ଅଧିକ ଯତ୍ନବାନ ଥିଲେ । ହେଲେ ସତର୍କ ରହିବା ସମୟରେ ଆମେ ଅଧିକ ଅବହେଳା କରୁଛେ । ଏହା ଆଦୌ ଠିକ ନୁହେଁ । ସମସ୍ତଙ୍କୁ ସଚେତନ ରହିବାକୁ ପଡିବ ।
ବିଶେଷ କରି କଣ୍ଟେନମେଣ୍ଟ ଜୋନରେ ନିୟମକୁ କଡାକଡି ଭାବେ ପାଳନ କରିବାକୁ ପଡିବ । ଯେଉଁମାନେ ନିୟମ ମାନୁନଥିବେ ସେମାନଙ୍କୁ ରୋକିବା ଓ ଧରିବା ଜରୁରୀ । ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ କେହି ବି ନୟମରୁ ଋର୍ଦ୍ଧ୍ୱରେ ନୁହନ୍ତି । ସରକାର, ନାଗରିକଙ୍କୁ ପୂର୍ବଭଳି ସତର୍କତା ଦେଖାଇବା ଜରୁରୀ । ଏହା ୧୩୦ କୋଟି ଲୋକଙ୍କ ଜୀବନର କଥା । ତେଣୁ ଆମେ ଟିକେ ବି ଅସତର୍କ ହେବାନି ବୋଲି ମୋଦି ପରାମର୍ଶ ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

12 − 8 =