ମୁମ୍ବାଇରେ ପୁଣି ଆତଙ୍କୀ ହମ୍ଲା ଆଶଙ୍କା

0 67

ମୁମ୍ବାଇ : ମୁମ୍ବାଇରେ ପୁଣି ଏକ ବଡ଼ ଧରଣର ଆକ୍ରମଣ ପାଇଁ ଆତଙ୍କବାଦୀମାନେ ଯୋଜନା କରୁଥିବା ସୂଚନା ମିଳିଛି । ବିଶେଷତଃ ଏଠାରେ ଥିବା ଅନ୍ୟତମ ପ୍ରତିଷ୍ଠିତ ତାଜ୍ ହୋଟେଲକୁ ଉଡ଼ାଇଦେବା ଲାଗି ଆତଙ୍କବାଦୀମାନେ ଧମକ ଦେଇଛନ୍ତି । ଗତକାଲି ରାତିରେ ପାକିସ୍ତାନରୁ କେହିଜଣେ ଫୋନ୍କରି ଏଭଳି ଧମକ ଦେଇଥିବା ପୁଲିସ୍ ସୂଚନା ଦେଇଛି । ଏହାପରେ ସମଗ୍ର ସହରରେ ଏବଂ ତାଜ୍ ହୋଟେଲ୍ ପରିସରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ମିଳିଥିବା ସୂଚନା ଅନୁସାରେ ରାତି ସାଢ? ୧୨ଟା ସମୟରେ ଏକ ପାକିସ୍ତାନୀ ନମ୍ବରରୁ ତାଜର କର୍ମଚାରୀଙ୍କ ନିକଟକୁ ଏହି ଫୋନ ଆସିଥିଲା । ସଂପୃକ୍ତ ବ୍ୟକ୍ତି ନିଜକୁ ଲସ୍କର-ଇ-ତୋଇବାର ସଦସ୍ୟ କହୁଥିଲା ଓ ୨୦୦୮ ପରି ତାଜକୁ ଉଡାଇଦେବାକୁ ଧମକ ଦେଇଥିଲା ।
ଏହାର କିଛି ସମୟ ପରେ ବାନ୍ଦ୍ରାସ୍ଥିତ ତାଜଲାଣ୍ଡସ ହୋଟେଲ କୁ ଆଉ ଏକ ଫୋନ ଆସି ସମାନ ଧରଣର ଧମକ ଆସିଥିଲା । ଏଥର ମଧ୍ୟ ସେହି ବ୍ୟକ୍ତି ନିଜକୁ ଲସ୍କର-ଇ-ତୋଇବାର ସଦସ୍ୟ କହୁଥିଲା ଓ ଉକ୍ତ ହୋଟେଲକୁ ଉଡାଇଦେବାକୁ ଧମକ ଦେଇଥିଲା । ଏହି ଦୁଇଟିଯାକ ଫୋନ ସମାନ ପାକିସ୍ତାନୀ ନମ୍ବରରୁ ଆସିଥିଲା । ହୋଟେଲ ପକ୍ଷରୁ ପୁଲିସକୁ ଏ ସଂପର୍କରେ ସୂଚୀତ କରାଯାଇଛି । ପୁଲିସ ଘଟଣାର ତଦନ୍ତ କରୁଛି ଓ ହେଟେଲର ସୁରକ୍ଷା ବଢାଇଦେଇଛି ।
୨୦୦୮ ନଭେମ୍ବର ୨୬ରେ ପାକିସ୍ତାନୀ ଆତଙ୍କବାଦୀମାନେ ତାଜ ହୋଟେଲ ସହ ମୁମ୍ବାଇର ବିଭିନ୍ନ ସ୍ଥାନରେ ଆକ୍ରମଣ କରିଥିଲେ । ତାଜରେ ବନ୍ଧକ ଥିବା ପର୍ଯ୍ୟଟକଙ୍କୁ ଏନଏସଜି କମାଣ୍ଡୋ ମୁକ୍ତ କରିଥିଲେ ।

hiranchal ad1
Leave A Reply

Your email address will not be published.

3 + 2 =