ଚୀନ୍ରେ ଆଉ ଏକ ଭୂତାଣୁ ଚିହ୍ନଟ

0 97

ବେଜିଂ : ସମଗ୍ର ବିଶ୍ୱ ବର୍ତ୍ତମାନ କରୋନା ଭାଇରସ ସହ ଲଢ଼ୁଥିବା ବେଳେ ଚୀନ୍ରେ ଆଉ ଏକ ଭୂତାଣୁ ଚିହ୍ନଟ ହୋଇଛି । ଏହା ମଧ୍ୟ କରୋନା ଭଳି ଅତି ମାରାତ୍ମକ ଭୂତାଣୁ । ଘୁଷୁରୀମାନଙ୍କଠାରେ ଏହି ଭୂତାଣୁ ରହିଛି । ଏହା ମଣିଷକୁ ସଂକ୍ରମଣ କରିପାରେ । ପରେ ଏହି ଭୂତାଣୁ ମଣିଷକୁ ମଣିଷ ସଂକ୍ରମଣ କରିପାରିବ ବୋଲି ବିଶେଷଜ୍ଞମାନେ କହିଛନ୍ତି । ଚୀନ୍ରେ ଏଭଳି ଏକ ଭୂତାଣୁ ଚିହ୍ନଟ ହେବା ପରେ ତାହାକୁ ନେଇ ବିଶ୍ୱର ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଚିନ୍ତାପ୍ରକଟ କରିଛନ୍ତି । ଆମେରିକାର ଜର୍ନାଲ୍ ପ୍ରୋସିଡିଙ୍ଗସ୍ ଅଫ୍ ନ୍ୟାସନାଲ୍ ଏକାଡେମୀ ଅଫ୍ ସାଇନ୍ସରେ ପ୍ରକାଶିତ ଏକ ଅନୁସନ୍ଧାନ ପେପର ଅନୁଯାୟୀ, ଏହି ନୂତନ ଭୂତାଣୁ ୨୦୦୯ ସମୟରେ ଚିହ୍ନଟ ହୋଇଥିବା ସ୍ୱାଇନ୍ ଫ୍ଲୁ ଭୂତାଣୁ ସହିତ ସମାନ । ସେହି ଭୂତାଣୁର ନାମ ଏ/ଏଚ୧ଏନ୧ପିଜିଏମ୦୯ଥିଲା । ଏହାକୁ ଏବେ ଜି୪-ଇଏ ଏଚ୧ଏନ୧ ଭାବରେ ନାମିତ କରାଯାଇଛି । କରୋନା ଭାଇରସ ବିଶ୍ୱରେ ଲୋକଙ୍କ ରୋଗ ପ୍ରତିରୋଧକ ଶକ୍ତି କେତେ ତାହା ପ୍ରମାଣ କରି ସାରିଛି । ଏଭଳି ସ୍ଥିତିରେ ଆଉ ଏକ ନୂଆ ଭାଇରସ ସହ ଲଢ଼ିବା ପାଇଁ ଲୋକେ ସକ୍ଷମ ନୁହନ୍ତି ।
ଘୁଷୁରିରେ ପ୍ରଚଳିତ ଜି୪-ଇଏ ଏଚ୧ଏନ୧ ଭୂତାଣୁକୁ ନିୟନ୍ତ୍ରଣ କରିବା ଏବଂ ମାନବ ଜନସଂଖ୍ୟାରେ, ବିଶେଷ କରି ଘୁଷୁରି ଶିଳ୍ପରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କ ଉପରେ ତୀକ୍ଷ୍ଣ ନଜର ରଖିବା ଜରୁରୀ ବୋଲି ବୈଜ୍ଞାନିକମାନେ ପରାମର୍ଶ ଦେଇଛନ୍ତି । ଅନୁସନ୍ଧାନକାରୀମାନେ ବିଶ୍ୱାସ କରନ୍ତି ଯେ ଯଦିଓ ଏହି ଭୂତାଣୁ ମାନବ ସ୍ୱାସ୍ଥ୍ୟ ପାଇଁ ତୁରନ୍ତ ବିପଦ ସୃଷ୍ଟି କରିବ ନାହିଁ କିନ୍ତୁ ଏହା ଶ୍ୱାସକ୍ରିୟା ଜରିଆରେ ଜଣଙ୍କଠାରୁ ଅନ୍ୟ ଜଣଙ୍କୁ ବ୍ୟାପିପାରିବ । ଚାଇନାରେ ଘୁଷୁରି ଶିଳ୍ପାଞ୍ଚଳରେ ସମ୍ପ୍ରତି ସଂକ୍ରମଣର ପ୍ରମାଣ ପାଇଥିବାରୁ ଆମର ଭୟ ଭୁଲ ନୁହେଁ । ଏ ନେଇ ଦୃଷ୍ଟି ଦେବାକୁ ହବ ବୋଲି ଅନୁସନ୍ଧାନକାରୀମାନେ କହିଛନ୍ତି ।

hiranchal ad1
Leave A Reply

Your email address will not be published.

5 × 1 =