କୁଲାଙ୍ଗ ଗ୍ରାମବାସୀଙ୍କୁ ଗଜପତି ଏସପିଙ୍କ ସାମଗ୍ରୀ ବଣ୍ଟନ

0 85

ଗଜପତି ଏସପି ସାରାଶର୍ମା ଗୁମ୍ମାବ୍ଳକରବଡ଼କଳାକୋଟ ପଞ୍ଚାୟତର କୁଲାଙ୍ଗ ଗ୍ରାମ ବାସୀଙ୍କୁ ବିଭିନ୍ନ ସାମଗ୍ରୀ ବଣ୍ଟନ କରିଛନ୍ତି।ଏହି ଗ୍ରାମର ଅଧିକାଂଶ ଲୋକ ଗରିବ ଶ୍ରେଣୀର ଅଟନ୍ତି ଗତବର୍ଷ  ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ  ପାହାଡ଼ରୁ ଭୁସ୍ଖଳନ ହେବା ଯୋଗୁଁ ଘରଦ୍ୱାର ଭାଙ୍ଗି ଯିବା ସହ ଗୃହପାଳିତ ପଶୁମୃତ୍ୟୁବରଣ କରିଥିଲେ କୁଲଙ୍ଗଗ୍ରାମରେ ଏସପି ସାରାଶର୍ମା ପହଞ୍ଚିବା ପରେ ଗ୍ରାମବାସୀଖୁସିହେବା ସହ ସ୍ୱାଗତ କରିଥିଲେ। ଏସପି ସାରା ଶର୍ମା ଗ୍ରାମର ଲୋକମାନଙ୍କୁ ପୋଷାକ ଲୁଗା କମ୍ବଳ ତେଲ ବିସ୍କୁଟ ମାସ୍କ ବଣ୍ଟନ କରିଥିଲେ। ମୋ ସରକାର ତରଫରୁ ଓ ଭୁବନେଶ୍ୱରର ଜଣେ ବ୍ୟବସାୟୀ ସଞ୍ଜୟ ସାହୁ ସହଯୋଗ କରିଥିଲେ। ଯାହାଫଳରେଗ୍ରାମବାସୀଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ବଣ୍ଟନ କରାଯାଇଛି।

hiranchal ad1
Leave A Reply

Your email address will not be published.

12 − ten =