କେନ୍ଦ୍ର କର୍ମଚାରୀଙ୍କୁ ଦୀପାବଳି ଭେଟି, ବଢିଲା ମହଙ୍ଗା ଭତ୍ତା

0 200

ନୂଆଦିଲ୍ଲୀ: ଦୀପାବଳି ପୂର୍ବରୁ କେନ୍ଦ୍ର କର୍ମଚାରୀଙ୍କୁ ମିଳିଲା ଭେଟି । କେନ୍ଦ୍ରୀୟ କର୍ମଚାରୀ ଏବଂ ପେନ୍‌ସନ୍‌ ଭୋଗୀଙ୍କ ବଢ଼ିଲା ମହଙ୍ଗା ଭତ୍ତା । ମହଙ୍ଗା ଭତ୍ତା ୩ ପ୍ରତିଶତ ବଢ଼ାଇବା ନେଇ କେନ୍ଦ୍ର କ୍ୟାବିନେଟ୍‌ ମଞ୍ଜୁରୀ ମିଳିଛି । କ୍ୟାବିନେଟରେ ଡିଏ’ ବୃଦ୍ଧିକୁ ନେଇ ଏକ ପ୍ରସ୍ତାବ ଉପରେ ଆଲୋଚନା ହୋଇଛି । ଏହାଦ୍ୱାରା ଏକ କୋଟିରୁ ଅଧିକ କେନ୍ଦ୍ର ସରକାରୀ କର୍ମଚାରୀ ଉପକୃତ ହୋଇପାରିବେ । ସୂଚନାଯୋଗ୍ୟ ଯେ ଚଳିତ ବର୍ଷ ଜୁଲାଇରେ ସରକାର ମହଙ୍ଗା ଭତ୍ତା (ଡିଏ) କୁ ୧୧ପ୍ରତିଶତରୁ ୨୮ ପ୍ରତିଶତକୁ ବୃଦ୍ଧି କରିଥିଲେ । ଏହାପୂର୍ବରୁ ଡିଏକୁ ୧୭ ପ୍ରତିଶତ ହାରରେ ଦିଆଯାଉଥିଲା ।

hiranchal ad1
Leave A Reply

Your email address will not be published.

5 + four =