ସୀମାରେ ୯୦ ପ୍ରତିଶତ ଯବାନ ବଦଳାଇଲା ଚୀନ

0 92

ନୂଆଦିଲ୍ଲୀ: ପୂର୍ବ ଲଦାଖ ସୀମାରେ ଚୀନ ୯୦ ପ୍ରତିଶତ ଯବାନଙ୍କୁ ବଦଳାଇ ଦେଇଥିବା ଜଣାଯାଇଛି । ଅତ୍ୟଧିକ ଥଣ୍ଡା ପରିବେଶ ପାଇଁ ଚୀନ ଯବାନମାନଙ୍କୁ ବଦଳାଇ ଦେଇଛି । ଯେଉଁ ଯବାନ ଅତ୍ୟଧିକ ଥଣ୍ଡାରେ ଅତିଷ୍ଠ ସେମାନଙ୍କୁ ଚୀନ ବଦଳାଇ ଦେଇଛି । ଗତ ବର୍ଷ ଏପ୍ରିଲ- ମେରୁ ଚୀନ ୫୦ ହଜାର ଯବାନଙ୍କୁ ପୂର୍ବ ଲଦାଖ ସୀମାରେ ମୁତୟନ କରିଛି । ଦ୍ୱିାପକ୍ଷିତ ଆଲୋଚନା ପାଇଁ ପେଙ୍ଗଙ୍ଗ ହ୍ରଦ ଅଞ୍ଚଳରୁ କିଛି ଯବାନଙ୍କୁ ଜୀନ ଫେରାଇଛି । ଭାରତ ମଧ୍ୟ ଲଦାଖ ସୀମାରେ ୪୦ରୁ ୫୦ ପ୍ରତିଶତ ଯବାନଙ୍କୁ ପ୍ରତିବର୍ଷ ବଦଳାଉଛି । ମାତ୍ର ଆଇଟିବିପି ଯବାନମାନେ ବେଳେବେଳ ୨ ବର୍ଷରୁ ଊଦ୍ଧ୍ୱର୍ ସମୟ ଧରି ଡୁ୍ୟଟି କରୁଛନ୍ତି । ଆଲୋଚନା ସତ୍ତ୍ୱେ ଏଲଏସିରେ ଭାରତ-ଚୀନ ମଧ୍ୟରେ ଛକାପଞ୍ଝା ଜାରି ରହିଛି ।

hiranchal ad1
Leave A Reply

Your email address will not be published.

17 + three =