ଟିକାକୁ ନେଇ ବିଜେପି ଓ ବିଜେଡି ମୁହାଁମୁହିଁ

0 74

ଭୁବନେଶ୍ୱର : କରୋନା ଟିକାକୁ ନେଇ ବିଜେଡି ଓ ବିଜେପି ମୁହାଁମୁହିଁ ହୋଇଛନ୍ତି । ଟିକା ସଂପର୍କରେ ସାଂସଦ ଅମର ପଟ୍ଟନାୟକଙ୍କ ମନ୍ତବ୍ୟକୁ ବିଜେପିର ସାଧାରଣ ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାର ସମାଲୋଚନା କରିଛନ୍ତି । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଲେଖାଶ୍ରୀ ଟାର୍ଗେଟ କରି ଅମରଙ୍କୁ କହିଛନ୍ତି ଯେ, ସାଂସଦଙ୍କ ମନ୍ତବ୍ୟ ଦୁର୍ଭାଗ୍ୟଜନକ, ଜନବିରୋଧୀ । ଏଭଳି ମିଥ୍ୟା ମନ୍ତବ୍ୟ ଦେବା ଉଚିତ ନୁହେଁ । ଟିକା ନେଇ ବିଦେଶ ଯିବା ସତ । ହୁ ରଖିଲି ବୋଲି ଲେଖାଶ୍ରୀ କହିଛନ୍ତି । ବିଜେଡି ସାଂସଦ କିଛି ନଜାଣି କହିଥିଲେ ଯେ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅନୁମୋଦନ ନଥିବାରୁ ଛାତ୍ରଛାତ୍ରୀମାନେ ବିଦେଶକୁ ଯାଇପାରୁନାହାନ୍ତି । କେନ୍ଦ୍ର ସରକାରଙ୍କର ଏଭଳି ନୀତି ନଥିବା ବେଳେ ଅମର ଏଭଳି ମନ୍ତବ୍ୟ ଦେବା ତାଙ୍କୁ ଆଶ୍ଚର୍ଯ୍ୟ କରୁଛି । ଏବେ ଦେଶରେ ଟିକା ଅଭାବ ନାହିଁ । ରାଜ୍ୟମାନଙ୍କ ପାଖରେ ପ୍ରାୟ ୧.୩୬କୋଟି ଡୋଜ ଟିକା ରହିଛି । କୋଭାକ୍ସିନ ଓ କୋଭାସିଲ୍ଡ ଟିକା ରାଜ୍ୟର ଆବଶ୍ୟକତା ଅନୁସାରେ କେନ୍ଦ୍ର ସରକାର ଯୋଗାଇ ଦେଉଛନ୍ତି । ଆଜି ସକାଳ ୭ଟା ସୁଦ୍ଧା ୧.୬୩ କୋଟି ଡୋଜ ଟିକା ରାଜ୍ୟମାନଙ୍କ ପାଖରେ ରହିଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ତଥ୍ୟ ଦିଆଯାଇଛି । କେନ୍ଦ୍ର ସରକାର ଏ ପର୍ଯ୍ୟନ୍ତ ୨୪ କୋଟି ୬୦ଲକ୍ଷ ୮୦ହଜାର ୯ଶହ ଡୋଜ ଟିକା ବଣ୍ଟନ କଲେଣି । ରାଜ୍ୟମାନେ ଏ ପର୍ଯ୍ୟନ୍ତ ୨୨କୋଟି ୯୬ଲକ୍ଷ ୯୫ହଜାର ୧୯୯ଡୋଜ ବ୍ୟବହାର କରିଛନ୍ତି । ଦେଶରେ ମୋଟ ୩୨ଲକ୍ଷ ୪୨ହଜାର ୫୦୩ ସେସନରେ ଟିକାକରଣ କରାଯାଇଛି ବୋଲି ଲେଖାଶ୍ରୀ କହିଛନ୍ତି ।

hiranchal ad1
Leave A Reply

Your email address will not be published.

10 + 10 =