ସୁଧୁରୁଛି ରଜନୀକାନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା

0 53

ହାଇଦ୍ରାବାଦ,୨୬/୧୨:  ଶୁକ୍ରବାର ଟଲିଉଡ୍ ସୁପରଷ୍ଟାର୍ ରଜନୀକାନ୍ତ ହସ୍ପିଟାଲେର ଭର୍ତ୍ତି ହୋଇଥିଲେ । ସେ ନିଜ ଆଗାମୀ ଚଳଚ୍ଚିତ୍ର ଆନ୍ନାନ୍ଥେର ଶୁଟିଂ ବେଳେ ତାଙ୍କ ରକ୍ତଚାପ ବୃଦ୍ଧି ପାଇଥିଲା । ପରେ ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରୁ ତାଙ୍କୁ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏବେ ରଜନୀକାନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ତାଜା ସୂଚନା ଆସିଛି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସୁଧୁରୁଥିବା ଜଣାପଡିଛି । ଏନେଇ ଆପୋଲୋ ହସ୍ପିଟାଲ ତରଫରୁ ପ୍ରେସ୍ ରିଲିଜ୍ ଜାରି କରାଯାଇ ସୂଚନା ଦିଆଯାଇଛି ।

ହସ୍ପିଟାଲର କହିବାନୁସାରେ, ଶୁକ୍ରବାର ଅପେକ୍ଷା ଶନିବାର ରଜନୀକାନ୍ତଙ୍କ ସ୍ଥିତିରେ ସୁଧାର ଆସିଛି । ଏବେବି ରକ୍ତଚାପ ଅଧିକ ରହିଛି । କିନ୍ତୁ ସ୍ଥିତ ଭଲ ରହିଛି । ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ଯେଉଁଥିରେ କୌଣସି ଗୁରୁତର ସମସ୍ୟା ସାମ୍ନାକୁ ଆସିନାହିଁ । କିନ୍ତୁ ଏବେ ତାଙ୍କୁ ବିଶ୍ରାମ ପାଇଁ ପରାମର୍ଶ ଦିଆଯାଇଛି । ଏପରିକି କାହାକୁ ତାଙ୍କୁ ଭେଟିବାକୁ ମଧ୍ୟ ଦିଆଯାଇପାରିବ ନାହିଁ । ସନ୍ଧ୍ୟାରେ ନୂଆ ରିପୋର୍ଟ ଆସିବା ପରେ କେବେ ସେ ହସ୍ପିଟାଲରୁ ଡିସଚାର୍ଜ ହେବେ ସେନେଇ ସୂଚନା ଦିଆଯିବ ।

hiring

ଆପୋଲୋ ଗ୍ରୁପ୍ ଅଫ୍ ଏମଡି ସଙ୍ଗୀତା ରେଡ୍ଡି କହିଛନ୍ତି ଯେ, ରଜନିକାନ୍ତ ସୁସ୍ଥ ଅଛନ୍ତି । ତାଙ୍କ ଅବସ୍ଥା ସ୍ଥିର ରହିଛି । ହସ୍ପିଟାଲରେ ତାଙ୍କର ଡିସଚାର୍ଜକୁ ନେଇ ନିଷ୍ପତ୍ତି ନିଆଯିବ । 

ସୂଚନାଯୋଗ୍ୟ, ରଜନୀକାନ୍ତ ଆନ୍ନାନ୍ଥେ ଫିଲ୍ମର ଶୁଟିଂ କରୁଥିଲେ । ଏହି ଫିଲ୍ମରେ ରଜନୀକାନ୍ତଙ୍କ ସହ କୀର୍ତ୍ତି ସୁରେଶ, ଖୁରାବୁ, ମୀନା ଓ ପ୍ରକାଶ ରାଜ ଆଦି ଅଭିନୟ କରୁଛନ୍ତି ।

hiranchal ad1
Leave A Reply

Your email address will not be published.

nineteen − four =