ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ୨ କୋଟି ଜରିମାନା

0 275

ବେଙ୍ଗାଲୁରୁ: ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ ଡି ଦେବଗୌଡାଙ୍କୁ ୨ କୋଟି ଟଙ୍କାର ଜରିମାନାଦେବାକୁ ନିର୍ଦ୍ଦେଶ। ବେଙ୍ଗାଲୁରୁର ଏକ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ୧୦ ବର୍ଷ ତଳେ ଏକ ଟିଭି ସାକ୍ଷାତକାରରେ ନନ୍ଦି ଇନଫ୍ରାଷ୍ଟକଚର କୋରିଡର ଏଣ୍ଟରପ୍ରାଇଜେସ ବିରୋଧରେ ଦେବଗୌଡା ଆପତ୍ତି ଜନକ ମନ୍ତବ୍ୟ ଦେଇଥିବାରୁ କୋର୍ଟ ଏହି ଜୋରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏକ କନ୍ନଡ ନ୍ୟୁଜ ଚ୍ୟାନେଲରେ ଜୁନ୍ ୨୮, ୨୦୧୧ରେ ଦେବ ଗୌଡାଙ୍କ ଏକ ସାକ୍ଷାତକାର ପ୍ରସାରିତ ହୋଇଥିଲା। ଯେଉଁଥିରେ ସେ ନନ୍ଦି ଇନଫ୍ରାଷ୍ଟକଚର କୋରିଡର ଏଣ୍ଟରପ୍ରାଇଜେସ କମ୍ପାନୀ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ ବୋଲି ସ୍ଥାନୀୟ କୋର୍ଟ କହିଛନ୍ତି। ଜେଡିଏସର ପ୍ରତିଷ୍ଠାତା କମ୍ପାନୀର ବିଭିନ୍ନ ସ୍କିମକୁ ଟାର୍ଗେଟ କରି କହିଥିଲେ ଏହା ଏକ ପ୍ରକାର ‘ଲୁଟ୍’।

hiranchal ad1
Leave A Reply

Your email address will not be published.

4 × 2 =