୧୮୦କେଜି ଗଞ୍ଜେଇ ସହ ପିକଅପ୍ ଜବତ, ୧ଗିରଫ

0 429

ସୁବର୍ଣ୍ଣପୁର : ଗତକାଲି ଜିଲ୍ଲାର ତରଭା ବ୍ଲକ ଅନ୍ତର୍ଗତ କମସରା ଗ୍ରାମ ପାଖରେ ଅତର୍କିତ ଭାବେ ତରଭା ପୋଲିସ ଚଢ଼ାଉ କରି ଗୋଟିଏ ବୋଲେରୋ ପିକଅପ୍ ଭ୍ୟାନ୍ ଓଡି ୩୧ ଇ;୩୧୭୬ ନଂ ରୁ ୧୮୦ କେଜି ଗଞ୍ଜେଇ ଜବତ କରି ଜଣକୁ ଗିରଫ କରିଛି । ଗିରଫ ବ୍ୟକ୍ତି ଜଣକ ସୁଦୁର ପଞ୍ଜାବର ବୋଲି ଜଣାପଡ଼ିଛି । ଏ ସଂପର୍କରେ ତରଭା ପୋଲିସ କେସ୍ ନଂ, ୧୧୮/୨୧ ୟୁ/ଏସ୨୦(ବି)(୧୧) (ସି) ୨୫/୨୯ଏନ୍ ଡି ପି ଏସ୍ ଆକ୍ଟରେ କେସ ରୁଜୁକରି ଥିବା ବେଳେ ଘଟଣା ସ୍ଥଳରୁ ୨ଜଣ ଫେରାର ମାରିଥିବା ଜଣାପଡ଼ିଛି । ତେବେ ତରଭା ପୋଲିସ ଅଧିକ ଅନୁସନ୍ଧାନ ଚାଲୁ ରଖି ମୁଖ୍ୟ ଆସାମୀକୁ ଖୋଜିବା ଜାରି ରଖିଛି ।

hiranchal ad1
Leave A Reply

Your email address will not be published.

five × one =